ଜନଜାତି କମିସନ ସଦସ୍ୟ ଅନନ୍ତ ନାୟକଙ୍କ କୁଜାମେଣ୍ଡି ପଞ୍ଚାୟତ ଗସ୍ତ

0 362

ଦଶପଲ୍ଲା : ଗତକାଲି ଜାତୀୟ ଜନଜାତି କମିସନ ସଦସ୍ୟ ଅନନ୍ତ ନାୟକ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ର ଆଦିବାସୀ ବହୁଳ କୁଜାମେଣ୍ଡି ପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ଫେରିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟଠାରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନେଇ ଏକ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଲୋକଙ୍କ ସମସ୍ୟା ସହ ଆଦିବାସୀ କମିସନ କୁଇ ଉନ୍ନୟନ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରାଯାଇଛି । ମୁଖ୍ୟତଃ ସ୍ୱାଧୀନତାର ୭୫ ବର୍ଷ ପରେ ଆଦିବାସୀ ( କୁଇ , କନ୍ଧ ) ମାନେ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ଥିବା ଅବଗତ କରିଛନ୍ତି । ୧୯୧୪ ମସିହାରେ କନ୍ଧମାନଙ୍କ ନେତୃତ୍ୱରେ ବ୍ରିଟିସ୍‌ ଓ ରାଜତନ୍ତ୍ର ବିରୋଧୀ ମେଳିରେ ମେଳିଆ ତୋଟାଠାରେ ଲଢେଇ କରି ବହୁ ଆଦିବାସୀ ସହିଦ ହୋଇଥିବା ବେଳେ ଉକ୍ତ ସ୍ଥାନକୁ କନ୍ଧ ମେଳିଆତୋଟା ନାମରେ ନାମିତ କରିବା , ଦଶପଲ୍ଲା ବ୍ଲକ୍‌କୁ ଆଟିଡି ବ୍ଲକ୍‌ ସହ ୫ମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା , ଦଶପଲ୍ଲା ନିର୍ବାଚନ ମଣ୍ଡଳୀକୁ ବିଧାୟକ ପଦବୀ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ କରିବା, ନୟାଗଡ଼ ଜିଲ୍ଲାର ପ୍ରତି ଆଶ୍ରମ ବିଦ୍ୟାଳୟରେ କୁଇ ଭାଷାପାଠ ପଢ଼ିବା ପାଇଁ ବ୍ୟବସ୍ଥା କରିବା, ବନ୍ଧଖମଣରୁ ଗାଡିଆପଡା , ଗାଡିଆପଡାରୁ ଦୁଡ଼ା, ଦୁଡ଼ାଠାରୁ ସୁନ୍ଦରକୁମ୍ପା, ଓସାମସ୍କାଠାରୁ ଗେଣ୍ଡାଳି , ଗେଣ୍ଡାଳିଠାରୁ ପାଣ୍ଡେରୀ , ହନୁମନ୍ତଠାରୁ ତୁମାଣ୍ଡି ଭଳି ବିଭିନ୍ନ ରାସ୍ତାକୁ ପକ୍କା ସଡ଼କ କରିବା , ପ୍ରତ୍ୟେକ ଆଶ୍ରମ ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷକ ନିଯୁକ୍ତି କରିବା , ପ୍ରତ୍ୟେକ ଆଶ୍ରମ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟ ମାନ୍ୟତା ଦେବା ଭଳି ୧୯ଟି ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କୁଇ ଉନ୍ନୟନ ସଂଘର ସଭାପତି ନିତ୍ୟାନନ୍ଦ ପ୍ରଧାନଙ୍କ ସମେତ ସମ୍ପାଦକ ଜଗମୋହନ ମଳିକ, ଉପସଭାପତି ଗୋଲୋକ କହଁର ପ୍ରମୁଖ ଉପସ୍ଥିତ ରହି ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଏହା ପରେ ସେ କୁଜାମେଣ୍ଡିସ୍ଥିତ ଆଶ୍ରମ ବିଦ୍ୟାଳୟକୁ ବୁଲି ଦେଖିଥିଲେ । ନିର୍ମାଣ ଚାଲିଥିବା ରୋଷେଇ ଗୃହକୁ ୧୫ ଦିନ ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଡିଓ ବିଶ୍ୱରଂଜନ ବିଶ୍ୱାସ , ତହସିଲଦାର ଅର୍ଜୁନ ପ୍ରଧାନ ଓ ଡି ଼ବ୍ଲୁ ଓ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତି ଥିଲେ ।

hiranchal ad1
Leave A Reply

Your email address will not be published.

10 + one =