କୁଳୁଥକାନୀରେ ଚନ୍ଦ୍ରଶେଖର ବେହେରାଙ୍କର ୧୪୯ତମ ଜୟନ୍ତୀ ପାଳନ

0 63

ସମ୍ବଲପୁର: କୁଳୁଥକାନୀ ଶିବ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ କୁଲୁଥକାନୀ ନାଗରିକ କମିଟିର ସଭାପତି କାର୍ତ୍ତିକେଶ୍ୱର ମେହେରଙ୍କ ପୌରୋହିତ୍ୟରେ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରାଙ୍କ ୧୪୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଶିକ୍ଷାବିତ୍‌ ଅରବିନ୍ଦ ମହାପାତ୍ର, ସମ୍ମାନନୀୟ ଅତିଥ ଭାବରେ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର, ଶିକ୍ଷାବିତ୍‌ ଡ. ମୀନକେତନ ପାଠୀ, ଜିଲ୍ଲା ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର, ଜିଲ୍ଲାସ୍କୁଲର ପୁରାତନ ଛାତ୍ର ସଂଘ ସଭାପତି ଶଶାଙ୍କ ଶେଖର ପୁରୋହିତ, ଓଡିଶା ସାଂସ୍କୃତିକ ସମାଜ ସଭାପତି ଅଶୋକ କୁମାର ମିଶ୍ର, ଆଇନଜୀବୀ ଡ. ପ୍ରମୋଦ କୁମାର ରଥ, ସମଲେଇ ମନ୍ଦିର ଟ୍ରଷ୍ଟର ସଭାପତି ସଂଜୟ କୁମାର ବାବୁ ଏବଂ ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ଡ. ଗୌରୀଦାସ ପ୍ରଧାନ ଯୋଗ ଦେଇଥିଲେ । ଅତିଥଗଣଙ୍କ ପରିଚୟ ପ୍ରଦାନ ସଙ୍ଗେ ମଂଚ ପରିଚାଳନା କରିଥିଲେ ଧରଣୀଧର ପ୍ରଧାନ । ଚନ୍ଦ୍ରଶେଖର ବେହେରାଙ୍କ ପ୍ରତିଛବିରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ ପରେ ଅତିଥିଗଣ ଚନ୍ଦ୍ରଶେଖର ବେହେରାଙ୍କ କୃତୀ ଓ କୀର୍ତ୍ତି ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଚନ୍ଦ୍ର ଶେଖର ବେହେରା ଓଡିଶାର ଏକତ୍ରିକରଣ ଆନ୍ଦୋଳନକୁ କିପରି ଜାତୀୟ ଆନ୍ଦୋଳନ ସହ ଯୋଡିଥିଲେ, ଓଡିଶା ଗଠନର ଅଗ୍ରଦୁତ ସାଜିବା ସହ ସମାଜ ସଂସ୍କାରକ ଭାବରେ, ଶିକ୍ଷାବିଦ ଭାବରେ ଓଡିଶାର ସର୍ବସ୍ୱୀକୃତ ମାର୍ଗଦର୍ଶକ ଭାବରେ ନିଜକୁ ପ୍ରମାଣିତ କରିଥିଲେ ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ଉଦ୍ୟୋକ୍ତା କାଶୀନାଥ ପ୍ରଧାନ ଚନ୍ଦ୍ରଶେଖର ବେହେରାଙ୍କ ୧୫୦ତମ ଜନ୍ମବାର୍ଷିକୀ ସମଗ୍ର ସମ୍ବଲପୁର ଓ ରାଜ୍ୟସ୍ତରରେ କିପରି ସମାରୋହରେ ପାଳିତ ହେବ ସେ ବିଷୟରେ କହିଥିଲେ । ଉଦିତଚନ୍ଦ୍ର ପାଟ୍ଟଯୋଶୀ ସମ୍ବଲପୁରର ବିଶିଷ୍ଟ ନେତାଗଣ ତଥା ବିଭିନ୍ନ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତାମାନେ ଏହି ୧୫୦ତମ ଜୟନ୍ତୀ ପାଳନରେ ମୁଖ୍ୟ ପୁରୋଧା ଭାବେ କାର୍ଯ୍ୟ ତୁଳାଇବା ପାଇଁ ଅନୁରୋଧ କରିଥିଲେ । ଓଡ଼ିଶା ସାଂସ୍କୃତିକ ସମାଜ, ଜିଲ୍ଲା ଓକିଲ ସଂଘ, ସେତୁ, ଚନ୍ଦ୍ର ଶେଖର ବେହେରା ଜିଲ୍ଲାସ୍କୁଲର ପୁରାତନ ଛାତ୍ର ସଂସଦ ସଦସ୍ୟ, ଧନକଉଡ଼ା ବରିଷ୍ଠ ନାଗରିକ କୁଲୁଥକାନୀ ନାଗରିକ କମିଟୀ, ଉତ୍ସର୍ଗ, ପଶ୍ଚିମାଂଚଲ ଏକତା ମଂଚ ଆଦି ଅନେକ ଅନୁଷ୍ଠାନର ଏ କର୍ମକର୍ତ୍ତାଗଣ ଯୋଗଦାନ କରିଥିଲେ । ଡ. ଦିଲୀପ କୁମାର ନନ୍ଦ, ଶଙ୍କର ପ୍ରସାଦ ହୋତା, ବ୍ରଜମୋହନ ସାହୁ, ଶିବ ଶଂକର ନନ୍ଦ, ଡ. ସିଦ୍ଧାର୍ଥ ପଣ୍ଡା, ସତ୍ୟ ନାରାୟଣ ଠାକୁର, ଶଶୀଭୂଷଣ ତ୍ରିପାଠୀ, ସୁଶାନ୍ତ କର ଓ ହରିନାରାୟଣ ପଣ୍ଡା ପ୍ରମୁଖ ବହୁ ଗଣ୍ୟମାନ୍ୟ ବକ୍ତି ସଭାରେ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ଆସନ୍ତା ବର୍ଷ ୧୫୦ ବର୍ଷ ଜନ୍ମ ଜୟନ୍ତୀକୁ ରାଜ୍ୟ ସ୍ତରୀୟ ଭାବରେ ଆୟୋଜନ କରିବା ସହ ଚାରଭାଟୀ ଛକରୁ ତାଙ୍କର ଜନ୍ମସ୍ଥାନ ଧନକଉଡା ରୋଡକୁ ଚନ୍ଦ୍ର ଶେଖର ବେହେରା ମାର୍ଗ ଘୋଷଣା କରା ଯାଇଥିବାରୁ ଚାରଭାଟୀ ଛକରେ ପୂର୍ଣ୍ଣ ଅବୟବ ପ୍ରତିମୁର୍ତ୍ତି ସ୍ଥାପନ କରିବା ପାଇଁ ଦାବି ଉଠିଥିଲା । ଶେଷରେ କୁଳୁଥକାନୀ ନାଗରିକ କମିଟୀର ବରିଷ୍ଠ ଉପଦେଷ୍ଟା ଅରବିନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

three × 3 =