ରାତ୍ରୀକାଳୀନ ରକ୍ତଦାନ ଶିବିରରେ ୧୦୦ ୟୁନିଟ ରକ୍ତ ସଂଗ୍ରହ

0 54

ସମ୍ବଲପୁର : ସମ୍ବଲପୁରରେ ପ୍ରଥମ ଥର ପାଇଁ ଆୟୋଜିତ ଏକ ରକ୍ତଦାନ ଶିବିରରେ ଗତରାତି ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏଠାରେ ରକ୍ତଦାନ ଶିବିର ଆୟୋଜନ କିଛି ନୂଆ କଥା ନୁହେଁ, କିନ୍ତୁ ଗତରାତି ପ୍ରଥମ ଥର ପାଇଁ ଏକ ରାତ୍ରି କାଳୀନ ରକ୍ତଦାନ ଶିବିର ସଫଳତାର ସହିତ ଆୟୋଜିତ ହୋଇଛି, ଯାହାକି ଏହାର ଆୟୋଜକ ମାନଙ୍କ ଉତ୍ସାହ ବଢ଼ାଉଛି । ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ସୋସିଆଲ ଷ୍ଟାର କ୍ଲବ ପରିସରରେ ଅନୁଷ୍ଠିତ ଏହି ଶିବିର ଆୟୋଜନ ପାଇଁ ଆଲା ହଜରତ କଲ୍ୟାଣ ସମିତି ସହିତ ସମଭାବୀ ସଂଗଠନ ଓ ବ୍ୟକ୍ତି ବିଶେଷ ଆଗେଇ ଆସିଥିଲେ । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ: ଅଶୋକ ଦାସଙ୍କ ସହିତ ପୂର୍ବତନ ବିଧାୟକ ଡ: ରାସେଶ୍ୱରୀ ପାଣିଗ୍ରାହୀ, ରେଡକ୍ରସ ଜିଲ୍ଲା ସମ୍ପାଦକ ଜୟ ଜର୍ଜ ଓ ପୂର୍ବତନ ଉପନଗରପାଳ ସିଦ୍ଧୁ ସାହା ଆଦି ଉପସ୍ଥିତ ରହି ରକ୍ତଦାତା ଓ ଆୟୋଜକଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × two =