ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ ଜେଲ୍‌

0 111

ଦଶପଲ୍ଲା : ନିଜ ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ହତ୍ୟା କରିବା ମାମଲାର ଶୁଣାଣି କରି ସ୍ୱାମୀକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତିି ନୟାଗଡ଼ ଜିଲ୍ଲା ଜଜ୍‌ ରୁପଶ୍ରୀ ଚୌଧୁରୀ । ପ୍ରାପ୍ତ ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ କେସରସିଂ ଗ୍ରାମର ଅଜାତି ନାୟକଙ୍କ ପୁଅ ଶ୍ରୀଧର ନାୟକ ନିଜ ସ୍ତ୍ରୀ ସତ୍ୟଭାମା ନାୟକଙ୍କ ଚରିତ୍ର ଉପରେ ସନ୍ଦେହ କରି ଜୀବନରେ ମାରିଦେବା ପାଇଁ ଯୋଜନା କରି ନିଜ ସ୍ତ୍ରୀ ସତ୍ୟଭାମାକୁ ଜଙ୍ଗଲ ଭିତରକୁ ନେଇ ସେଠାରେ ହତ୍ୟା କରି ଫିଙ୍ଗି ଦେଇଥିଲେ । ଏ ସମ୍ପର୍କରେ ସତ୍ୟଭାମାଙ୍କ ବାପା ବାଇଗୁଣିଆ ଗ୍ରାମର ଶ୍ୟାମସୁନ୍ଦର ନାୟକ ଫତେଗଡ ଥାନାରେ ଶ୍ରୀଧର ନାୟକ ନାମରେ ଏତଲା ଦେଇଥିଲେ । ଫତେଗଡ ଥାନା କେସ ନମ୍ବର ୬୯ / ୨୦୨୦ ରେ ଆଇପିସି ୩୦୨ ଧାରାରେ ମାମଲା ରୁଜୁ ହୋଇଥିଲା । ୧୮ ଜଣଙ୍କ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଶ୍ରୀଧର ନାୟକଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତିି ନୟାଗଡ଼ ଜିଲ୍ଲା ଜଜ୍‌ ରୁପଶ୍ରୀ ଚୌଧୁରୀ । ସରକାରୀ ଓକିଲ ପ୍ରସନ୍ନ ମହାପାତ୍ର ଉକ୍ତ ମାମଲାର ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

three × five =