ରାଜ୍ୟ ସ୍ତରୀୟ ସାରସ୍ୱତ ସମାରୋହ

0 140

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଫକୀରମୋହନ ପଠନଶାଳା, ଉମରକୋଟ ଓ ବନ ସୁରଭି ପ୍ରକାଶନ, ଧୋଡ୍ରା ଆନୁକୂଲ୍ୟରେ ସାରସ୍ୱତ ସମାରୋହ ସହିଦ ଲକ୍ଷ୍ମଣ ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବଲ୍ଲଭ କୁମାର ରାଉତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ସଭାପତି ପ୍ରଫୁଲ୍ଲ କୁମାର ରାଉତ, ମୁଖ୍ୟ ବକ୍ତା ବଲ୍ଲଭ କୁମାର ରାଉତ, ସମ୍ମାନିତ ବକ୍ତା ନଳିନୀ ରଞ୍ଜନ ମିଶ୍ର, ସମୀକ୍ଷକ ଡଃ ରଜତ କୁମାର ଷଡଙ୍ଗୀ, ଏମ୍‌. ହିମାଂଶୁ ଆଚାରୀ, ପୁସ୍ତକ ପ୍ରଣେତା ଶ୍ରୀମତୀ ମନୋରମା ମହାପାତ୍ର ଯୋଗଦେଇଥିବା ବେଳେ କବି ପ୍ରଫୁଲ୍ଲ କୁମାର ରାଉତଙ୍କ କବିତା ସଂକଳନ “ବେଳଥାଉ ସାବଧାନ ଓ ଅନ୍ୟାନ୍ୟ କବିତା” କବୀ ଶ୍ରୀମତୀ ମନୋରମା ମହାପାତ୍ରଙ୍କ କବିତା ସଙ୍କଳନ “ଦେବୀ ନଦୀର ସ୍ୱର” ଉନ୍ମୋଚନ ହୋଇଥିଲା । ଉମରକୋଟର ପୁରାତନ ସାହିତ୍ୟ ଅନୁଷ୍ଠାନ ଯୁବଜାଗୃତି ଓ ସାଂସ୍କୃତିକ ପରିଷଦ ଦ୍ୱାରା ବଲ୍ଲଭ କୁମାର ରାଉତଙ୍କୁ ଅନୁଷ୍ଠାନ ର ସମ୍ପାଦକ ନଳିନୀ ରଞ୍ଜନ ମିଶ୍ର ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରଥମ ଅଧିବେଶନ ରେ ଟୁଟୁ ବାବୁ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବଂଶୀଧର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନ ରେ ସଭାପତି ସାଇମନ ବିଡିକା, ବରେଣ୍ୟ ଅତିଥି ଶ୍ରୀମତୀ ଜେମାମଣୀ ବିଷୋୟୀ, ବିଶିଷ୍ଟ ଅତିଥି ବିଜୟ କୁମାର ଚୌଧୁରୀ, ସମ୍ମାନିତ ଅତିଥି ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ଆଲୋଚକ ଦୁର୍ଗା ପ୍ରସାଦ ପାଢ଼ୀ ଓ ସବ୍ୟସାଚୀ ବିଷୋୟୀ ଯୋଗଦେଇ ଆଦିବାସୀମାନଙ୍କର ପର୍ବପର୍ବାଣୀରେ ବୋଲାଯାଉଥିବା ଗୀତ ଉପରେ ଆଲୋଚନା କରିଥିଲେ । ଶ୍ରୀମତୀ ପ୍ରଭାତୀ ଦେବନାଥ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରବୀନ୍ଦ୍ର କୁମାର ବାହିନୀପତି ଧନ୍ୟବାଦ ଅର୍ପଣ କରିଥିଲେ । ତୃତୀୟ ଅଧିବେଶନ ରେ ସଭାପତି ବଲ୍ଲଭ କୁମାର ରାଉତ, ମୁଖ୍ୟ ଅତିଥି ପ୍ରଦୀପ କୁମାର ନାଗ, ସମ୍ମାନିତ ଅତିଥି ଘାସୀ ହରିଜନ, ସଂଯୋଜକ ପ୍ରଫୁଲ୍ଲ କୁମାର ରାଉତ ଯୋଗଦେଇ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦ, ନବରଙ୍ଗପୁର ସହଯୋଗରେ କୃତି ଛାତ୍ର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଚତୁର୍ଥ ଅଧିବେଶନରେ କବିତା ପାଠୋତ୍ସବରେ ସଭାପତି ଶ୍ରୀନିବାସ ପଟ୍ଟନାୟକ, ସମ୍ମାନିତ ଅତିଥି କପିଳ ଚନ୍ଦ୍ର ମହାନ୍ତି, ସଂଯୋଜିକା ପ୍ରଭାତୀ ଦେବନାଥ, ସଂଯୋଜକ ସ୍ମୃତି ପଣ୍ଡା, ସମୀକ୍ଷକ ବିବେକାନନ୍ଦ ପଟ୍ଟନାୟକ ଥିବାବେଳେ ସାଗର କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × 2 =