ଭିଜିଲାନ୍ସ ଜାଲରେ ଯନ୍ତ୍ରୀ ହରେକୃଷ୍ଣ

0 243

ପାଟଣାଗଡ: ଭିଜିଲାନ୍ସ ହାତରେ ଧରାପଡିଲେ ଆଉ ଯନ୍ତ୍ରୀ । ପୂର୍ବରୁ ୭ ହଜାର ଟଙ୍କା ନେଇଥିଲେ । ଆଜି ଆଉ ୭ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଗଲେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକର କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ । ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି । ମନରେଗାରେ ହୋଇଥିବା ଏକ କାର୍ଯ୍ୟ ପାଇଁ ନିଯୁକ୍ତ ଜବ୍‌କାର୍ଡଧାରୀଙ୍କୁ ପାରିଶ୍ରମିକ ଦେବାକୁ ମଷ୍ଟର ରୋଲ ପ୍ରସ୍ତୃତ କରିବାକୁ କେସ୍ ରେକର୍ଡ ଫେରସ୍ତ କରିବାକୁ ଅଭିଯୋଗକାରୀ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁଙ୍କୁ କହିଥିଲେ । କିନ୍ତୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ଏଥିପାଇଁ ୧୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କିଛି ଦିନ ତଳେ ଅଭିଯୋଗକାରୀ କନିଷ୍ଠ ଯନ୍ତ୍ରୀଙ୍କୁ ୭ ହଜାର ଟଙ୍କା ଦେଇଥିଲେ । ତେବେ ପୂରା ଟଙ୍କା ନଦେଲା ପର୍ଯ୍ୟନ୍ତ କେସ୍ ରେକର୍ଡ ଦେବେ ନାହିଁ ବୋଲି କହିଥିଲେ କନିଷ୍ଠ ଯନ୍ତ୍ରୀ ।

hiranchal ad1
Leave A Reply

Your email address will not be published.

sixteen − two =