ଆସିଲା ରୁଚିକାଙ୍କ ବ୍ୟବଚ୍ଛେଦ ରିପୋର୍ଟ

0 82

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆସିଲା ପୋଷ୍ଟମର୍ଟମ୍ ରିପୋର୍ଟ। ପୋଲିସର ହସ୍ତଗତ ହୋଇଛି ବ୍ୟବଚ୍ଛେଦ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି । ତେବେ ରୁଚିକାଙ୍କ ଭିସେରା ପରୀକ୍ଷା ପାଇଁ  ପଠାଯାଇଛି । ଅନ୍ୟପଟେ ନ୍ୟାୟ ଦାବିରେ ବିଜେବି ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି ମାଆ।

hiring

ସୂଚନା ଥାଉକି, ଶନିବାର ବିଜେବି କଲେଜ କାରୁବାକୀ ଛାତ୍ରୀ ନିବାସରୁ ରୁଚିକାଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର ହୋଇଥିଲ । କାରୁବାକି ଛାତ୍ରୀ ହଷ୍ଟେଲ ୨୨୧ ରୁମ୍‌ରେ ଖଟ ଉପରୁ ଛାତ୍ରୀଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଛାତ୍ରୀଙ୍କ ମୃତଦେହ ହଷ୍ଟେଲ ରୁମ୍‌ରେ ପଡିଥିବା ବେଳେ ରୁମ୍‌ କବାଟ ଭିତର ପଟୁ ବନ୍ଦ ରହିଥିଲା । ପରେ ଶାବଳରେ ଖୋଳି କବାଟ ଖୋଲା ଯାଇ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲା । ଏବେ ପୋଷ୍ଟମର୍ଟମରେ ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ, ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି ।

hiranchal ad1
Leave A Reply

Your email address will not be published.

6 + three =