ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ବାର୍ଷିକ ଉତ୍ସବ

0 50

ଭୁବନେଶ୍ୱର : ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ବାର୍ଷିକ ଉତ୍ସବ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି ।
ନିଜର ଉଦଘାଟନୀ ଅଭିଭାଷଣରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ସାଂସ୍କୃତିକ କାର୍ଯ୍ୟକ୍ରମ ପରସ୍ପର ମଧ୍ୟରେ ଟିମ୍‌ ମନୋଭାବ ସୃଷ୍ଟି କରିଥାଏ । ସାଧାରଣ ପ୍ରଶାସନ ସାଂସ୍କୃତିକ ସଂସଦର ସଦସ୍ୟମାନେ ସଠିକ୍‌ ଭାବେ ନିଜର ଅଫିସ କାର୍ଯ୍ୟ ସଂପାଦନ କରିବା ସହ ସାମାଜିକ ଓ ସାଂସ୍କୃତିକ ଦାୟିତ୍ୱବୋଧ ତୁଲାଇ ଥିବାରୁ ଶ୍ରୀ ମହାପାତ୍ର ସେମାନଙ୍କୁ ସାଧୁବାଦ ଜଣାଇ ଥିଲେ ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ କୃଷି ଉତ୍ପାଦନ କମିଶନର ସଞ୍ଜୀବ ଚୋପ୍ରା, ଅତିରିକ୍ତ ଶାସନ ସଚିବ ଗଣେଶ ପାତ୍ର, ମାହାଲ ନିର୍ଦ୍ଦେଶକ ସୁଶାନ୍ତ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମବେତ ସଭ୍ୟ ସଭ୍ୟା ଓ ଦର୍ଶକ ମଣ୍ଡଳୀଙ୍କୁ ଉଦବୋଧନ ଦେଇଥିଲେ ।

hiring


ଏହି ଅବସରେ ସାଂସ୍କୃତିକ ପରିଷଦର ମୁଖପତ୍ର ସତୀର୍ଥର ବାର୍ଷିକ ସଂଖ୍ୟାକୁ ମୁଖ୍ୟ ଶାସନ ସଚିବ ଏବଂ ସମ୍ମାନିତ ଅଟିଥିମାନେ ଉନ୍ମୋଚିତ କରିଥିଲେ ।
ସାଂସ୍କୃତିକ ଓ କ୍ରୀଡ଼ା ପରିଷଦ ଦ୍ୱାରା ଆୟୋଜିତ ସୃଜନାତ୍ମକ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପୁରସ୍କାର ଓ ପ୍ରମାଣ ପତ୍ର ଦେଇ ଉତ୍ସାହିତ କରିଥିଲେ ।
ସଂସଦର କାର୍ଯ୍ୟକାରି ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଅମିୟ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ ।
ସାଧାରଣ ସଭା ପରେପରେ ସଂସଦର ସଦସ୍ୟ ମାନଙ୍କ ଦ୍ୱାରା “ଜୀବନ ଏମିତି ‘ ଶୀର୍ଷକ ଏକ ଆକର୍ଷଣୀୟ ନାଟକ ପରିବେଷଣ କରାଯାଇଥିଲା । ନାଟ୍ୟକାର ମଳୟ ରାଉତଙ୍କ ଦ୍ୱାରା ରଚିତ ଏହି ନାଟକରେ କୈଳାସ ମହାପାତ୍ର ଅଭିନୟ ନିର୍ଦ୍ଦେଶନା, ଏବଂ ଗୀତିକାର ବିନୟ ଦାସ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ସଦସ୍ୟ ମାନଙ୍କର ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

hiranchal ad1
Leave A Reply

Your email address will not be published.

nine − four =