ଚିକିଟି: ଚିକିଟି ଉପକଣ୍ଠ ଲିଆଖାଇ ଗ୍ରାମର ଜଣେ ଶ୍ରମିକ ଆନ୍ଧ୍ର ପ୍ରଦେଶର ବିଜୟୱାଡା ନିକଟରେ କୌଣସି କାରଣବଶତଃ ଟ୍ରେନରୁ ଖସିପଡି ମୃତ୍ୟୁ ବରଣ କରିଛି। ମିଳିଥିବା ସୂଚନା ପ୍ରକାରେ କେ. ନୂଆଗାଁ ଥାନା ଅନ୍ତର୍ଗତ କୋଳଥିଆ ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ (୩୧) ଦୀର୍ଘ ୧୦ ବର୍ଷ ହେଲା ସୁଦୂର ଚେନ୍ନାଇର ଏକ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କମ୍ପାନୀ ତାଙ୍କୁ ଅନ୍ୟତ୍ର ବଦଳି କରିଦେବାରୁ ସେ ଟ୍ରେନରେ ଯାତ୍ରା କରୁଥିଲେ। ଗତକାଲି ଦିବା ୨ଘଣ୍ଟା ସମୟରେ ବିଜୟୱାଡା ନିକଟରେ ଟ୍ରେନ ରୁ ଖସି ମୃତ୍ୟୁ ବରଣ କରିଛନ୍ତି। ଖବର ପାଇଁ ବିଜୟୱାଡା ରେଳବାଇ ପୁଲିସ ପହଞ୍ଚି ଶଵ ଜବତ କରିବା ସହ ପାଖରେ ଥିବା ପରିଚୟ ଆଧାରରେ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲା। ସୂଚନା ପାଇ ପିରିବାର ଲୋକ ବିଜୟବାଡା ଅଭିମୁଖେ ବାହାରଛନ୍ତି। ଏହି ଖବର ଗ୍ରାମରେ ଶୋକର ଛାୟା ଖେଳେଇ ଦେଇଛି।
