ଭୁବନେଶ୍ବର; ବିଧାୟକଙ୍କ ଦରମା ବୃଦ୍ଧି ହେବା ପରଠାରୁ ଅସନ୍ତୋଷ ଲାଗି ରହିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବାକୁ ମନା କରିବା ପରେ ଏବେ ବିଜେଡି ଦରମା ବୃଦ୍ଧି ପୁନର୍ବିଚାର କରିବା ପାଇଁ ବିଜେଡି ନିବେଦନ କରିଛି । ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଉପମୁଖ୍ୟ ସଚେତକ ପ୍ରତାପ ଦେବ ସୂଚନା ଦେଇଛନ୍ତି । ଆମେ ସେ ସମୟରେ ସମର୍ଥନ କରିଥିଲୁ, ବିଲ୍ ପାରିତ ହୋଇଥିଲା । ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଦରମା ବୃଦ୍ଧିର ପୁନର୍ବିଚାର କରନ୍ତୁ ବୋଲି ବିଜେଡି କହିଛି । ପୂର୍ବରୁ ବର୍ଦ୍ଧିତ ଦରମା ନେବାକୁ ମନା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ବିଧାନସଭା ଶୀତକାଳୀନ ଅଧିବେଶନରେ ୯ତାରିଖ ଦିନ ବିଧାୟକଙ୍କ ବର୍ଦ୍ଧିତ ଦରମା ନେଇ ବିଲ୍ ଗୃହୀତ ହୋଇଥିଲା । ଏହା ଉପରେ ପୁନବିଚାର କରିବାକୁ ଅନୁରୋଧ କରିଛି ବିଜେଡି ।
