ମହାପ୍ରଭୁଙ୍କୁ ଦର୍ଶନ କଲେ ଗୋଆ ମୁଖ୍ୟମନ୍ତ୍ରୀ

0 88

ପୁରୀ: ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତ । ଦୀର୍ଘ ବର୍ଷ ପରେ ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ୍‌ ଖୁସି ଅନୁଭବ କରିଥିବା ପ୍ରତିକ୍ରିୟାରେ କହିଛନ୍ତି । ତେବେ ଆଜାଦି କି ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଖିଥିବା ବିକଶିତ ଭାରତର ସ୍ୱପ୍ନ ସଫଳ ହେଉ ବୋଲି ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା କହିଥିଲେ ।
ସେହିପରି ଗୋଆର ଅର୍ଥନୀତିକୁ ସମୃଦ୍ଧି ମିଳିବା ଓ ଗୋଆ ଅଧିବାସୀଙ୍କ ପାଇଁ ମହାପ୍ରଭୁଙ୍କ ନିକଟରେ ମଙ୍ଗଳ କାମନ କରିଥଲେ । ଦୀର୍ଘ ବର୍ଷ ପରେ ଅଯୋଧ୍ୟାରେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶ ଉତ୍ସବ ମୁଖରେ ଥିବାବେଳେ ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଥଲେ । ଏହା ସନତାନୀଙ୍କ ପାଇଁ ଏକ ଆନନ୍ଦର ବିଷୟ । ଏଥି ସହ ଓଡିଶାରେ ଶ୍ରୀମନ୍ଦିର ବିକାଶର କାର୍ଯ୍ୟକୁ ନେଇ ସେ ବେଶ ପ୍ରଶଂସା କରିଛନ୍ତି । ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବାଠାରୁ ଦେଶରେ ବିଭିନ୍ନ ପୀଠ ମାନଙ୍କ ଉନ୍ନତିମୂଳକ କାର୍ଯ୍ୟ ଯଥା କାଶୀ ବିଶ୍ୱନାଥ, ମହାକାଳେଶ୍ୱର ଓ ଅଯୋଧ୍ୟାର ବିକାଶ ହୋଇଛି । ପୁରୀର ଜଗନ୍ନାଥ ମନ୍ଦିର ବିକାଶ ପାଇଁ କାର୍ଯ୍ୟ ମଧ୍ୟ ହେଉଚି । ଗତ ୧୦ ବର୍ଷ ଭିତରେ ଦେଶରେ ଭିତ୍ତିଭୂମୀ ଯଥେଷ୍ଟ ଉନ୍ନତି ହୋଇଚି । ଯାହାକି ଆଗମୀ ଦିନରେ ପର୍ଯ୍ୟଟନ ବିକାଶ ଦିଗରେ ବେଶ୍‌ ସହାୟକ ହେବ । ଏହା ଦ୍ୱାରା ଦେଶର ଅର୍ଥନୀତି ମଜଭୁତ ହେବା ସହ ରୋଜଗାର ବଢିବ । ତେବେ ପୁରୀ ଭଳି ଗୋଆରେ ମଧ୍ୟ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି । ସେହି ମନ୍ଦିର ଗୁଡିକ ବିକାଶ କରାଯାଇ ଏକ ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ରର ମଧ୍ୟ ବିକାଶ କରାଯାଉଛି । ଏଣୁ ଆଗାମୀ ଦିନରେ ପର୍ଯ୍ୟଟନ କ୍ଷେତ୍ରରେ ଗୋଆର ଆହୁରି ବିକାଶ ହେବ । ଗୋଆ ସାରା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ପାଇବ ।

hiranchal ad1
Leave A Reply

Your email address will not be published.

one × four =