ଶ୍ରୀମନ୍ଦିରରେ ପୁଣି ପ୍ରବେଶ କଲେ ବିଦେଶୀ

0 64

ପୁରୀ : ଶ୍ରୀ ମନ୍ଦିର ଭିତରେ ପୁଣି ପ୍ରବେଶ କଲେ ଜଣେ ବିଦେଶୀ । ଯାହାକୁ ନେଇ ସେବାୟତ ଓ ଭକ୍ତ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ସୂଚନା ଅନୁଯାଇ ଆଜି ଜଣେ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିର ଭିତରୁ ବାହାରିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା । ଉକ୍ତବିଦେଶୀ ପର୍ଯ୍ୟଟକ ଜଣଙ୍କ କିଭଳି, କେଉଁ ପରିସ୍ଥିିତିରେ ଶ୍ରୀ ମନ୍ଦିରରେ ପ୍ରବେଶ କଲେ ସେ ନେଇ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ସିଂହ ଦ୍ୱାରରେ ପୋଲିସ୍‌ କର୍ମଚାରୀ, ଜେଟିପି ଥିବା ବେଳେ କେହି କେମିତି ବିଦେଶୀଙ୍କୁ ଜାଣି ପାରିଲେ ନାହିଁ ତାହା ପ୍ରଶ୍ନ ଉଠିଛି । ପୁଣି ଏବେ ଶ୍ରୀ ମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥା ପ୍ରମାଣିତ ହୋଇଚି । ଯଦି ବିଦେଶୀ ଜଣଙ୍କ କୌଣସି ଖରାପ ଉଦ୍ଦେଶ୍ୟ ନେଇ ପ୍ରବେଶ କରିଥାନ୍ତେ ଯେଉଁ ପରିସ୍ଥିତି ଉପୁଜିଥାନ୍ତା କିଏ ଦାୟୀ ରହିଥାନ୍ତା ବୋଲି ଭକ୍ତ ପ୍ରଶ୍ନ କରିଚନ୍ତି । ପୁରୀ ପୋଲିସ କାହିଁକି ଶ୍ରୀ ମନ୍ଦିର ସୁରକ୍ଷାକୁ ନେଇ ବାରମ୍ବାର ଅବହେଳା କରୁଚି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ କିଛି ଦିନ ତଳେ ଜଣେ ଶ୍ରୀମନ୍ଦିର ଭିତରେ ରିଲସ କରିଥିବା ଭିଡ଼ିଓ ଭାଇରାଲ ହୋଇଥଲା । ଶ୍ରୀ ମନ୍ଦିରକୁ ମୋବାଇଲ ନେବା ନିଷିଦ୍ଧ ଥିବା ବେଳେ ପୋଲିସ କିଭଳି ଜାଣିପାରିଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଥିଲା । ପୁଣି ଜଣେ ବିଦେଶୀ ପ୍ରବେଶ କରି ଧରା ନ ପଡ଼ିବା ଶ୍ରୀମନ୍ଦିର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାର ତଦନ୍ତ ପାଇଁ ଦାବୀ ହୋଇଛି । କର୍ତ୍ତବ୍ୟରେ ଅବହେଳା କରିଥିବା ପୋଲିସ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ ହୋଇଛି । ଶ୍ରୀ ମନ୍ଦିରକୁ ଅଣ ହିନ୍ଦୁ ପ୍ରବେଶ ନିଷେଧ ରହିଛି ।

hiranchal ad1
Leave A Reply

Your email address will not be published.

three × five =