କଟକରୁ ନିର୍ବାଚନ ଲଢ଼ିବେ କି ରେଳମନ୍ତ୍ରୀ, ଏମିତି କହିଲେ ଅଶ୍ୱିନୀ ବୈଷ୍ଣବ

0 90

କଟକ: ପାଖେଇଲାଣି ନିର୍ବାଚନ । ସଜବାଜ ହେଲେଣି ସମସ୍ତେ । ନେତାଏ ପାଗ ଭିଡ଼ିଲେଣି ।ଖାସ୍‌ କରି କଟକ ଲୋକସଭା ନିର୍ବାଚନ ମଣ୍ଡଳୀକୁ ନେଇ ଯେଉଁ କଥା ଶୁଣିବାକୁ ମିଳୁଛି, ସେଥିରେ ବିଜେପି କର୍ମୀ ଓ ସଙ୍ଗଠନ ଉତ୍ସାହିତ ।ଚର୍ଚ୍ଚା ହେଉଛି, କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ଅଶ୍ୱିନୀ ବୈଷ୍ଣବ । ଏ ଚର୍ଚ୍ଚାର ଖିଅ ଅନ୍ୟ କେଉଁଠୁ ନୁହେଁ, ନିଜେ ଅଶ୍ୱିନୀଙ୍କ କଥାରୁ ହିଁ ମିଳିଛି ।
ସେ କହିଛନ୍ତି ଯେ, ମୁଁ ପାର୍ଟିର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା । ପାର୍ଟି ଯେଉଁଠି ଯାହା କାମ ଦିଏ, ତାହା ମୁଁ କରେ । ଧବଳେଶ୍ୱରଙ୍କୁ ଦର୍ଶନ ପରେ ତାଙ୍କୁ ସାମ୍ବାଦିକମାନେ ପଚାରିଥିଲେ ମଞ୍ଜି ପ୍ରଶ୍ନଟି । ଆପଣ କଟକରୁ ଲୋକସଭା ନିର୍ବାଚନ ଲଢ଼ିବେ କି ? ସାମ୍ବାଦିକଙ୍କ ଏହି ପ୍ରଶ୍ନରେ ପ୍ରତିକ୍ରିୟା ରଖି ରେଳମନ୍ତ୍ରୀ କହିଛନ୍ତି, କଟକରୁ ଲଢ଼ିବା ନେଇ ଦଳ ଯାହା ନିଷ୍ପତ୍ତି ନେବ ତାହା ହିଁ ଚୂଡ଼ାନ୍ତ । ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ହିସାବରେ ସେ ଦଳର ନିଷ୍ପତ୍ତି ମାନି କାମ କରିବେ । ଅଶ୍ୱିନୀ ସ୍ପଷ୍ଟ ଭାବରେ କହିଛନ୍ତି, ମୁଁ ପାର୍ଟିର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା । ପାର୍ଟି ଯେଉଁଠି ଯାହା କାମ ଦିଏ, ତାହା ମୁଁ କରେ ।’
ଏହା କହି ସେ ପରୋକ୍ଷରେ ଏ ଚର୍ଚ୍ଚାକୁ ଖୋରାକ ଦେଇଛନ୍ତି । ଏବଂ ଲଢ଼ିବା ସମ୍ଭାବନାକୁ ଖଣ୍ଡନ ବି କରିନାହାନ୍ତି । ତେଣୁ ଏଥିରୁ ଅନୁମାନ କରାଯାଉଛି, ଆଗାମୀ ଦିନରେ ସେ କଟକରୁ ଲଢ଼ିବା ନେଇ ତାଙ୍କୁ ହାଇକମାଣ୍ଡଙ୍କ ପାଖରୁ ସଂକେତ ମିଳିଛି ।
ଗତ ୨୦୧୯ ନିର୍ବାଚନରେ କଟକରୁ ଦଳ ପ୍ରଶାସକରୁ ରାଜନେତା ପାଲଟିଥିଲା ପୂର୍ବତନ ଡିଜି ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା । ସେହିଭଳି ନିକଟରେ ଦଳରେ ଯୋଗ ଦେଇଥିବା ବିଶିଷ୍ଟ ଚିକିତ୍ସକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମଧ୍ୟ କଟକରୁ ଲଢ଼ିବା ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏ ଦୁହିଁଙ୍କ ତୁଳନାରେ, ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱ ବେଶ୍‌ ମଜବୁତ । ଏବଂ ଏହା ଦଳ ପାଇଁ ମଧ୍ୟ ଲାଭଦାୟକ ହେବ ବୋଲି ଆକଳନ କରାଯାଉଛି । ବିଶେଷ କରି ବିଜେଡି ସହ ତାଙ୍କର ସଂପର୍କକୁ ଦେଖିଲେ ବିଜେପିର ଶୀର୍ଷ ନେତୃତ୍ୱ ଏଥିଲାଗି ଅଧିକ ସକାରାତ୍ମକ ମନୋଭାବ ଦେଖାଇପାରନ୍ତି ।

hiranchal ad1
Leave A Reply

Your email address will not be published.

2 × four =