ଚାକିରି ଆଶୟୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର, ଖବଶୀଘ୍ର ପୂରଣ ହେବ ଏତିକି ପଦବୀ

0 227

ଭୁବନେଶ୍ୱର,୭ା୮: ଓଡ଼ିଶା ସରକାର ୧୦ଟି ବିଭାଗରେ ଖାଲି ପଡ଼ିଥିବା ଗ୍ରୁପ୍ ‘ସି’ ଶ୍ରେଣୀର ୨୨,୮୯୬ଟି ପଦବୀ ଖୁବଶୀଘ୍ର ପୂରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ସଚିବ ଏହି ନିଯୁକ୍ତି ପ୍ରକ୍ରିୟା ୨୦୨୫ ଅଗଷ୍ଟ ୩୧ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୮,୩୫୮ଟି ପଦବୀ ପୂରଣ ହେବ। ଏହା ସହିତ ପଞ୍ଚାୟତିରାଜ ବିଭାଗରେ ୪,୦୪୨ଟି ଏବଂ ସ୍ବାସ୍ଥ୍ୟ ବିଭାଗରେ ୩,୬୭୭ଟି ପଦବୀ ପୂରଣ କରାଯିବ। ବର୍ତ୍ତମାନ ୧୦ଟି ବିଭାଗରେ ମୋଟ ୪୪,୯୦୯ଟି ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି, ଯେଉଁଥିରୁ ପ୍ରଥମ ପର୍ଯ୍ୟାୟରେ ୨୨,୮୯୬ଟି ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି।

hiring

ଏହି ନିଯୁକ୍ତି ପ୍ରକ୍ରିୟା ରାଜ୍ୟରେ ବେକାରୀ ସମସ୍ୟା ହ୍ରାସ କରିବା ସହିତ ବିଭିନ୍ନ ବିଭାଗରେ ସେବାର ଗୁଣବତ୍ତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ବିଭାଗକୁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ କୁହାଯାଇଛି।

ଏହି ଘୋଷଣା ରାଜ୍ୟର ବେକାର ଯୁବକମାନଙ୍କ ମଧ୍ୟରେ ଆଶାର ସଞ୍ଚାର କରିଛି। ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ଅଧିକ ସୂଚନା ପାଇଁ ସମ୍ପୃକ୍ତ ବିଭାଗର ଅଫିସିଆଲ ଓ୍ୱେବସାଇଟ ଦେଖିବାକୁ ପରାମର୍ଶ ଦିଆଯାଇଛି।

hiranchal ad1
Leave A Reply

Your email address will not be published.

16 − twelve =