ମହାବୀର କ୍ଷେତ୍ରରେ ଲଙ୍କାପୋଡ଼ି ଯାତ୍ରା ତୃତୀୟ ଦିବସ, ଗଣ୍ଡାବଧ ମଞ୍ଚସ୍ଥ

0 473

ଦଶପଲ୍ଲା : ଲଙ୍କାପୋଡ଼ି ଯାତ୍ରାର ତୃତୀୟ ଦିନରେ ଗଣ୍ଡାବଧ କାର୍ଯ୍ୟକ୍ରମ ଏକ ସୁନ୍ଦର ଉପାଖ୍ୟାନ, ସୂର୍ଯ୍ୟବଂଶର ପ୍ରଥା ଅନୁଯାୟୀ ବିବାହ ପରେ ପିତୃଶ୍ରାଦ୍ଧ ଦିନ ଯୁବରାଜ ଓ ରାଜକୁମାରମାନେ ଗଣ୍ଡାବଧ କରି ସେମାନଙ୍କ ବୀରତ୍ୱ ପୂର୍ବପୁରୁଷଙ୍କୁ ପ୍ରଦର୍ଶନ କରିବା ବିଧିବ୍ୟବସ୍ଥା ରହିଥିବାରୁ ପ୍ରଭୂ ଶ୍ରୀରାମ ମଧ୍ୟ ଆପଣାର ଭାଇ ଓ ଚତୁରଂଗ ସେନା ସହିତ ବିଶାଳ ପଟୁଆର ନେଇ ଗଣ୍ଡାବଧ ପାଇଁ ବନକୁ ଗମନ କରନ୍ତି । ଏହା ମୁଖ୍ୟ ମଂଚ ଠାରୁ ପ୍ରାୟ ୧୫୦୦ମିଟର ( ୧.୫ କି.ମି ଦୂର ) ଦୁର୍ଗାବଜାର ସ୍ଥିତ ଶୃଙ୍ଗବେରପୁର ମଂଚରେ ଅନୁଷ୍ଠିତ ହୁଏ ।

hiring

ବିଭିନ୍ନ ପ୍ରକାର ବାଜା ବାଣ, ରୋଷଣୀ, ନୃତ୍ୟ ସଂଙ୍ଗୀତର ତାଳେ ତାଳେ ଏ ଦୃଶ୍ୟ ଅତୀବ ଚିତ୍ତାକର୍ଷକ ହୋଇଥାଏ । ସେହି ମଂଚରେ ଶ୍ରୀରାମ ମୃଗୟା ସମୟରେ ଆପଣାର ସେନା ଠାରୁ ଦୂରେଇ ଯାଆନ୍ତି, ସେଠାରେ ଶବର ରାଜା ଗୁହ୍ୟକ ସହ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୂ ଶ୍ରୀରାମଙ୍କର ମିତ୍ରତା ହୁଏ । ଶବର ରାଜାଙ୍କ ଆତିଥ୍ୟ ଓ ଶବର ଶବରଣୀଙ୍କ ନାଚରେ ପ୍ରଭୁ ଶ୍ରୀରାମ ନିମଗ୍ନ ହୋଇଯାଆନ୍ତି । ଶେଷରେ ପୁଣି ସେନା ସହ ମିଳନ ହୋଇ ଅଯୋଧ୍ୟା ପ୍ରତ୍ୟାଗମନ କରନ୍ତି । ଆଜିର ଏହି ନୀଳାଭିନୟ ଅତୀବ ମନୋରମ ଓ ଚିତ୍ତାକର୍ଷକ ହୋଇଥିଲା । ଏହି ଉତ୍ସବରେ ଦଶହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

hiranchal ad1
Leave A Reply

Your email address will not be published.

4 × 3 =