ଟ୍ରକ ଚକା ତଳେ ଚାପି ହୋଇଗଲେ ବାଇକ ଚାଳକ

0 198

ଭୁବନେଶ୍ୱର : ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଚଳା ତଳେ ଚାପି ହୋଇ ଜଣେ ବାଇକ ଚାଳକଙ୍କ ଜୀବନ ଯାଇଥିବା ଜଣାପଡିଛି । ଖବର ଅନୁଯାୟୀ ଜାତୀୟ ରାଜପଥର ଜଟଣୀ ଗେଟ ନିକଟରେ ଏହି ଘଟଣା ଘଟିଛି । ଖୋର୍ଦ୍ଧାରୁ ଭୁବନେଶ୍ୱର ଆଡକୁ ଏକ ମୋଟର ସାଇକେଲରେ ଖୋର୍ଦ୍ଧା ଟାଙ୍ଗିଆପଡାର ପ୍ରମୋଦ ଭୋଇ ନାମକ ଯୁବକ ଆସୁଥିବା ବେଳେ ଏକ କାର ଡୋର ଖୋଲିଦେବାରୁ ମୋଟର ସାଇକଲରେ ମାଡ ହେବା ଫଳରେ ସେ ତଳେ ପଡିଯାଇଥିଲେ । ସେହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ୧୦ଚକିଆ ଟ୍ରକ ତାଙ୍କୁ ଚାପି ଦେଇ ଚାଲି ଯାଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ବାଇକ ଚାଳକଙ୍କ ଜୀବନ ମୃତ୍ୟୁ ହୋଇଥିଲା । ପୋଲିସ ସେ ସ୍ଥାନରେ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ମେଡିକାଲ ପଠାଇ ତଦନ୍ତ ଜାରି ରଖିଛି ।

hiranchal ad1
Leave A Reply

Your email address will not be published.

20 − six =