ବର୍ଷାରେ ବେହାଲ ଉତ୍ତରାଖଣ୍ଡ, ୫ ମୃତ

0 91

ଡେରାଡୁନ: ଅକାତ ଅକାତ ପାଣିରେ ପେଟ ଫୁଲାଇ କୂଳ ଲଂଘୁଛି ନଦୀ। ଭୀଷଣ ଜଳପ୍ରବାହରେ ଭାସିଯାଇଛି ପୋଲ। ଚାରଆଡ଼େ ଖାଲି ପାଣି ହିଁ ପାଣି। ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି ପ୍ରକୃତି। ବାଦଲଫଟା ବର୍ଷା ଯୋଗୁ ଡେରାଡୁନ ସ୍ଥତି ସଙ୍ଗୀନ ହୋଇଛି। ଭୀଷଣ ମାତ୍ରାରେ ଜଳପ୍ରବାହ ଯୋଗୁ ରାୟପୁର-କୁମଲଦା ଏରିଆ ଜଳମଗ୍ନ ହୋଇଛି। ବାଦଲ ଫଟା ବର୍ଷା ଯୋଗୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସ୍ଥାନେ ସ୍ଥାନେ ଭୂସ୍ଖଳନ ମଧ୍ୟ ଜାରି ରହିଛି। ଉକ୍ତ ଅଞ୍ଚଳର ପ୍ରସିଦ୍ଧ ଶିବ ମନ୍ଦିର ଟପକେଶ୍ୱର ଶିବ ମନ୍ଦିରରେ ମଧ୍ୟ ଜଳ ପ୍ରବେଶ କରିଛି। ଗତକାଲି ରାତି ୨ଟା ୧୫ରେ ବାଦଲ ଫଟା ବର୍ଷା ହୋଥିଲା । ସଙ୍ଗ ନଦୀରେ ଥିବା ଏକ ପୋଲ ଭାସିଯାଇଛି । ବହୁଘରେ ପାଣି ପଶି ଜଳମଗ୍ନ ହୋଇଛି।

hiranchal ad1
Leave A Reply

Your email address will not be published.

4 × one =