ପୁରୀ ଜିଲ୍ଲା ପରିକ୍ରମା କରୁଛି ଅହିଂସା ରଥ

0 88

ପୁରୀ : ଚଳିତ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଅହିଂସା ରଥ ପୁରୀ ଜିଲ୍ଲାକୁ ଆଗମନ କରିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୨ ଗୋଟି ଗାଡିକୁ ଅହିଂସା ରଥ ଭାବେ ସଜ୍ଜିତ କରାଯାଇ ବିଶାଳ ଭିଡିଓ ୱାଲ ଜରିଆରେ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ଜୀବନୀକୁ ପ୍ରଦର୍ଶନ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଜୀବନୀ,ଆଦର୍ଶ ଉପରେ ଆଧାରିତ ସୁନ୍ଦର ଫିଲ୍ମ ଏଥିରେ ପ୍ରଦର୍ଶିତ କରାଯାଉଛି । ଭୁବନେଶ୍ୱରରୁ ଏହି ରଥ ପିପିଲି ବ୍ଲକ ଗୁଡିଆପୋଖରୀରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ, ଲୋକ ପ୍ରତିନିଧି, ସାଧାରଣ ଜନତା ବିପୁଳ ପରିମାଣରେ ସ୍ୱାଗତ କରିଥିଲେ । ପରେ ଗୋଟିଏ ରଥକୁ ପିପିଲି ଜବାହର ବିଦ୍ୟାପୀଠ କୁ ଅଣାଯାଇ ସେଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ ଭିଡ଼ିଓ ମାଧ୍ୟମରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କୁ ଉତ୍କଳମଣି ଗୋପବନ୍ଧୁଙ୍କ ଉପରେ ଆଧାରିତ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା । ପରେ ଏହି ଅହିଂସା ରଥ ପିପିଲି ଏନଏସି ଅଂଚଳ,ପିପିଲି ବ୍ଲକ ଅଂଚଳ ପରିକ୍ରମଣ ଓ ଭିଡିଓ ପ୍ରଦର୍ଶନ କରିଥିଲା । ସେହିପରି ଅନ୍ୟ ଅହିଂସା ରଥଟି ନିମାପଡା ବ୍ଲକ ଅଂଚଳ ଗସ୍ତ କରିଥିଲା । ନିମାପଡା ବ୍ଲକ ହରିପୁର ଠାରେ ପହଞ୍ଚିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବ୍ଲକ ପ୍ରଶାସନ, ଲୋକ ପ୍ରତିନିଧି ଓ ଜନସାଧାରଣ ବିପୁଳ ଉତ୍ସାହର ସହ ରଥକୁ ସ୍ୱାଗତ କରିଥିଲେ । ପରେ ପରେ ଅହିଂସା ରଥ ନିମାପଡା ବ୍ଲକ ଓ ନିମାପଡା ଏନଏସିର ବିଭିନ୍ନ ଅଂଚଳ ପରିକ୍ରମା କରି ଭିଡ଼ିଓ ଶୋ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମ ରେ ସଂଗ୍ରାମୀ ମାନଙ୍କ ସ୍ମୃତିକୁ ପ୍ରଦର୍ଶନ କରିଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ପିପିଲି ବିଧାୟକଙ୍କ ପ୍ରତିନିଧି ଆର୍ତ୍ତବନ୍ଧୁ ସାମନ୍ତରାୟ ପିପିଲି ବ୍ଲକ ଅଧ୍ୟକ୍ଷ ଦେବସ୍ୱନୀ ନନ୍ଦ, ନିମାପଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ଶଙ୍କର ଭୋଇ, ପିପିଲି ଏନଏ ସି ଅଧ୍ୟକ୍ଷ ସେକ୍‌ ବାବୁ, ନିମାପଡା ଏନ ଏସି ଅଧ୍ୟକ୍ଷ ସସ୍ମିତା ସାହୁ ,ପିପିଲି ବିଡ଼ିଓ ରଶ୍ମିତା ନାଥ, ପିପିଲି ଏନଏସି ନିର୍ବାହୀ ଅଧିକାରୀ ପୂଜା ରାଉତ, ନିମାପଡା ବିଡ଼ିଓ ଶ୍ରୀ ବସନ୍ତ କୁମାର ମଲ୍ଲିକ, ନିମାପଡା ଏନଏସି ନିର୍ବାହୀ ଅଧିକାରୀ ସରୋଜ କୁମାର ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତ୍ୟେକ ସ୍ଥାନରେ ହାତରେ ତ୍ରୀରଙ୍ଗା ପତାକା ଧରି ରଥକୁ ବିପୁଳ ସ୍ୱାଗତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଦେଶାତ୍ମବୋଧକ ସଂଗୀତ ତାଳରେ ନୃତ୍ୟ ପରିବେଷଣ କରିଥିଲେ ।

hiranchal ad1
Leave A Reply

Your email address will not be published.

6 + 19 =