କ୍ରିଷ୍ଣା ଧାମ୍‌ ଆପାର୍ଟମେଣ୍ଟରେ ଭିଜିଲାନ୍ସ ରେଡ୍‌

0 113

ପୁରୀ : ପୁରୀ ଭିଆଇପି ରୋଡରେ ଥିବା କ୍ରିଷ୍ଣା ଧାମ୍‌ ଆପାର୍ଟମେଣ୍ଟରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ରେଡ୍‌ କରାଯାଇଛି । ବଲାଙ୍ଗୀର ଲୋୟର ସୁକତେଲ ପ୍ରୋଜେକ୍ଟର ଚିଫ୍‌ କନଷ୍ଟ୍ରକସନ ଇଞ୍ଜିନିୟର ସୁନୀଲ ରାଉତଙ୍କ ଫ୍ଲାଟରେ ଏହି ରେଡ୍‌ କରାଯାଇଛି । କ୍ରିଷ୍ଣା ଧାମ୍‌ ଆପାର୍ଟମେଣ୍ଟର ଫ୍ଲାଟ ନଂ ୧୦୪ ସୁନିଲ୍‌ ରାଉତଙ୍କ ନାମରେ ଥିବା ବେଳେ ଏହାକୁ ସେ ଭଡ଼ାରେ ଲଗାଇଥିବା ଜଣାପଡିଛି । ତେବେ ଭିଜିଲାନ୍ସର ଏକ ଟିମ୍‌ ଏଠାରେ ପ୍ରାୟ ଏକ ଘଣ୍ଟା ଧରି ଚଢ଼ାଉ କରିଥିବା ବେଳେ ପୁରୀ ଗ୍ରାଣ୍ଡ ରୋଡରେ ଥିବା ଶ୍ରୀନଅର ନିକଟ ଭକ୍ତ ନିବାସରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ରେଡ୍‌ ହୋଇଛି । ଭକ୍ତ ନିବାସର ଜେ ବ୍ଲକରେ ଥିବା ଧୁର ଭବନ ଫ୍ଲାଟ କୁ ଭିଜିଲାନ୍ସ ପକ୍ଷରୁ ସିଜ୍‌ କରାଯାଇଛି । ଗତ କିଛିଦିନ ହେବ ଏହି ଧୁର ଭବନ ଫ୍ଲାଟ୍‌ ଟି ଚାବି ପଡି ରହିଥିଲା । ଭିଜିଲାନ୍ସ ର ଅଧିକାରୀ ମାନେ ଏହି ଫ୍ଲାଟରେ ଯାଞ୍ଚ କରିବା ସହ ଏହାକୁ ସିଜ୍‌ କରିଛନ୍ତି । ତେବେ ଏନେଇ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି ଭିଜିଲାନ୍ସ ଅଧିକାରୀ ।

hiranchal ad1
Leave A Reply

Your email address will not be published.

6 − 5 =