ମା’ ନାରାୟଣୀ ଠାକୁରାଣୀଙ୍କ ମଣ୍ଡପରେ ସ୍ୱତନ୍ତ୍ର ଆଳତି କାର୍ଯ୍ୟକ୍ରମ

0 317

ଫୁଲବାଣୀ : ଆଜି ଗୁରୁବାର ମା’ଙ୍କ ବିଶ୍ରାମ ଦିବସ । ଏହି ପରିପ୍ରେକ୍ଷୀରେ ଏକ ସ୍ୱତନ୍ତ୍ର ଆଳତି କାର୍ଯ୍ୟକ୍ରମ ମା ନାରାୟଣୀ ଆଳତି ବାହିନୀ ପକ୍ଷରୁ ଆୟୋଜିତ ହୋଇଥିଲା । ଏକ ଘଣ୍ଟା ବ୍ୟାପି ଢୋଲ ବାଦ୍ୟରେ କମ୍ପିଲା ମଣ୍ଡପ । ଏହାକୁ ଦେଖିବାକୁ ଶହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଗହଳିକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ଏଲିଡି ସ୍କ୍ରିନ ଓ କେବୁଲ ମାଧ୍ୟମରେ ହୋଇଥିଲା ଆଳତିର ସିଧା ପ୍ରସାରଣ । ତଥାପି ମାଙ୍କ ନିକଟରେ କମି ନଥିଲା ଦର୍ଶକଙ୍କ ଭିଡ । ଆଳତି ପରେ ମଣ୍ଡପ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ।

hiring

ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଠାକୁରାଣୀଙ୍କ ଘଟ ପରିକ୍ରମା କରୁଥିବା ଉପାସକ ମାନେ ଶୁଭ ଉଦଘାଟନ କରିଥିଲେ । ସେହି ଉଦଘାଟକ ଏବଂ ନଗର ଭ୍ରମଣରେ ସହଯୋଗ କରିଥିବା ବିଜୟ ମହାନ୍ତି, ସୁନାସିର୍‌ ମହାପାତ୍ର, ହରିଶ୍ଚନ୍ଦ୍ର ମହାରଣା, ଶିବ ତ୍ରିପାଠୀ, ରଜତ ମହାନ୍ତି ପ୍ରମୁଖଙ୍କୁ କମିଟି ପକ୍ଷରୁ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ଅଶୋକ ପଟ୍ଟନାୟକ, ଉପ ସଭାପତି ସୁଜିତ କୁମାର ବେହେରା, ବୀଣାପାଣି ପ୍ରଧାନ, ଭି.ଲୋକନାଥ ରାଜୁ, ଭି. ଜଗନ୍ନାଥ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

16 + seven =