ପ୍ରାକ୍ତନ କ୍ରିକେଟ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି

0 142

ପୁରୀ : ପ୍ରାକ୍ତନ କ୍ରିକେଟ ଖେଳାଳି, ଅମ୍ପାୟାର ତଥା ସମୀକ୍ଷକ ଅଜୟ ଦାସ(ଆଲୋକ)ଙ୍କ ମହାପ୍ରୟାଣର ତ୍ରୟୋଦଶ ଦିବସରେ ଭିଆପି ରୋଡ ଚାଳିଖଟି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଖଟିର ସଦସ୍ୟ ମାନଙ୍କ ସମେତ ବହୁ ପ୍ରାକ୍ତନ କ୍ରିକେଟ ଖେଳାଳି ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଫଟୋଚିତ୍ର ନିକଟରେ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଦେବା ସହ ତାଙ୍କର କ୍ରିକେଟ ପ୍ରତି ଉତ୍ସର୍ଗୀକୃତ ମନୋଭାବର ଅବତାରଣା କରିଥିଲେ । ପ୍ରାକ୍ତନ କ୍ରିକେଟ ଖେଳାଳି ଅମ୍ବିକା ପ୍ରସାଦ ମହାନ୍ତି, ଶକ୍ତି ପ୍ରସାଦ ନାୟକ, କ୍ରୀଡା ପ୍ରଶାସକ ହରେଶ ମିଶ୍ର, ମହେଶ ରଞ୍ଜନ ଦାସ, ପ୍ରମୋଦ ଆଚାର୍ଯ୍ୟ, ଅଶୋକ ପ୍ରହରାଜ, ମାନସ ରଞ୍ଜନ ମିଶ୍ର, ଅଧ୍ୟାପକ ରବୀନ୍ଦ୍ର ପ୍ରଧାନ, ପ୍ରଶାନ୍ତ କୁମାର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ସଂଗ୍ରାମ କାନୁନଗୋ, ଦୁର୍ଗା ପ୍ରସାଦ ନାୟକ, ପ୍ରବୀଣ ବେଉରା, ବାପିନା, ସତ୍ୟ ଗୋପାଳ ଧିର,ସାମ୍ବାଦିକ ଗୋବିନ୍ଦ ସ୍ୱାଇଁ ପ୍ରମୁଖ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦାନ କରି ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଥିଲେ ।

hiranchal ad1
Leave A Reply

Your email address will not be published.

eight + 3 =