ବାରକୋଟ: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ଲଗାଣ ବର୍ଷାରେ ବଲଣ୍ଡା ପଞ୍ଚାୟତ ଇନ୍ଦ୍ରଣୀଝରଣ ଗ୍ରାମର ଛାମୁ ମୁଣ୍ଡାରୀ ଘରକାନ୍ଥ ଭୁଶୁଡ଼ିଛି। ଏହି ଘଟଣାରେ ତାଙ୍କ ସ୍ତ୍ରୀ ରାନ୍ଧା ମୁଣ୍ଡାରୀ ଙ୍କ ଜଙ୍ଘ ଭାଙ୍ଗି ତିନିଖଣ୍ଡ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ଗତ ୧୨ ଦିନ ହେବ ଏଠାରେ ଲଗାଣ ବର୍ଷା ଲାଗି ରହିଛି। ଇନ୍ଦ୍ରାଣୀଝରଣ ଗ୍ରାମର ଚାମ୍ବୁରାଏ ମୁଣ୍ଡାରୀ ଅତି ଗରୀବ ଶ୍ରେଣୀର ହୋଇ ଥିବାରୁ ଗୃହ ଅଭାବରେ ପୁରୁଣା କାଳିଆ ଝାଟି ମାଟି ଘରେ ତାଙ୍କ ସ୍ୱାମୀ ସ୍ତ୍ରୀ ଦୟନୀୟ ଅବସ୍ଥାରେ ଜୀବନଯାପନ କରନ୍ତି। ବୁଧବାର ରାତ୍ରି ସ୍ୱାମୀ ସ୍ତ୍ରୀ ଶୋଇଥିବା ସମୟରେ ହଠାତ କାନ୍ଥ ଭୁଶୁଡ଼ି ରାନ୍ଧା ଉପରେ ପଡ଼ିବାରୁ ସେ ଚାପି ହୋଇଥିଲେ।
ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ସେଠାରୁ ଚିକିତ୍ସା ପାଇଁ ଅଟୋ ଯୋଗେ ଦେବଗଡ ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରି ଥିଲେ। ସେଠାରେ ଡାକ୍ତର ଦ୍ୱାରା ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥାର ସୁଧାର ନ ଆସିବା ରୁ ଅଧିକା ଚିକିତ୍ସା ପାଇଁ ଡାକ୍ତର ବୁର୍ଲା ମେଡିକାଲ କୁ ସ୍ଥାନାନ୍ତର କରିଛନ୍ତି। ଦୁର୍ଘଟଣାରେ ଚାମ୍ବୁ ସ୍ତ୍ରୀଙ୍କ ଜଙ୍ଘହାଡ଼ ତିନି ଖଣ୍ଡ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଚାମ୍ବୁ ମୁଣ୍ଡାରୀ ଅର୍ଥ ଅଭାବ ରୁ ବୁର୍ଲା ସ୍ଥାନାନ୍ତର ନକରି ଘରକୁ ଫେରଇ ଆଣିଛନ୍ତି l ଚାମ୍ବୁ ମୁଣ୍ଡାରୀ ବଲଣ୍ଡା ସରପଞ୍ଚ ରଣଦୀପ ପ୍ରଧାନଙ୍କୁ ଜଣାଇଥିବା ବେଳେ ୨୪ଘଣ୍ଟା ପରେ ମଧ୍ୟ ଆସି ନଥିବା ଚାମ୍ବୁ ମୁଣ୍ଡାରୀ ପ୍ରକାଶ କରିଛନ୍ତି l
ଖବର ପାଇ ସମାଜସେବୀ ଉମେଶ ସାହୁ ପହଁଚିଥିଲେ । ଫୋନ ଯୋଗେ ତହସିଲଦାର ରବୀନ୍ଦ୍ର ନାୟକ, ଏଆରଆଇ, ବିଡିଓଙ୍କୁ ସମାଜସେବୀ ଉମେଶ ସାହୁ ଜଣେଇ ଥିଲେ l
