ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ ପରିବହନ ମନ୍ତ୍ରୀ

0 52

ଦିଗପହଣ୍ଡି: ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ ନିକଟରେ ୩ ଟି ବାଲି ବୋଝେଇ ଟ୍ରାକ୍ଟରକୁ ଧରି ଦିଗପହଣ୍ଡି ପୋଲିସର ଜିମା ଦେଇଥିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ମନ୍ତ୍ରୀ ଏକ ସରକାରୀ କାର୍ଯ୍ୟକ୍ରମରେ ରବିବାର ଅପରାହ୍ନରେ ବ୍ରହ୍ମପୁର ଭାୟା ଦିଗପହଣ୍ଡି ଦେଇ ରାୟଗଡ଼ା ଯାଉଥିବା ବେଳେ  ମୌଳାଭଞ୍ଜା ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚାଲାଣ କରାଯାଉଥିବା ଦେଖିଥିଲେ । ଏହି ସମୟରେ ଆକ୍ସନ ମୋଡକୁ ଆସି ୩ ଟି ବାଲି ବୋଝେଇ ଟ୍ରାକ୍ଟରକୁ ଧରି ତଦନ୍ତ ପାଇଁ ପୋଲିସର ଜିମା ଦେଇଥିଲେ।

hiring

ପୋଲିସ ଟିମ୍ ବାଲି ବୋଝେଇ ୩ ଟ୍ରାକ୍ଟରକୁ ଜବତ କରି ଥାନାକୁ ନେଇଥିଲେ। ଏନେଇ ଥାନା ମାମଲା ନଂ.୫୧୦/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିବା ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ର ଜଣାଇଛନ୍ତି।ଦିଗପହଣ୍ଡି ,ସାନଖେମୁଣ୍ଡି ଓ ଚିକିଟି ଅଞ୍ଚଳ ଅଧିନ ବାହୁଦା,ଘୋଡ଼ାହାଡ଼ ଓ ରାମନଦୀ ଅବବାହିକାରୁ କିଛି ବାଲି ମାଫିଆ ବେଆଇନ ଭାବେ ନଦୀପଠା ରୁ ଜେସିବି ମେସିନରେ ବାଲି ଉତ୍ତୋଳନ କରି ଟ୍ରକ୍, ଟ୍ରାକ୍ଟର ଯୋଗେ ପଡୋଶୀ ଆନ୍ଧ୍ର ସମେତ ବିଭିନ୍ନ ଗ୍ରାମକୁ ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି। ଏପରିକି ଖଣି ଓ ରାଜସ୍ବ ବିଭାଗ ପକ୍ଷରୁ ନିଲାମ ହୋଇନଥିବା ବିଭିନ୍ନ ବାଲି ଘାଟ ଗୁଡିକରୁ ଦିବାଲୋକରେ ବେଆଇନ ଭାବେ ବାଲି ଚାଲାଣ କରାଯାଉଥିବା ଦେଖିବାକୁ ମିଳୁଛି ।

hiranchal ad1
Leave A Reply

Your email address will not be published.

2 × 3 =