ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳାରୁ ଦୁଇ ମାସର ଶିଶୁର ମୃତ୍ୟୁ ଅଭିଯୋଗ

0 109

ଫୁଲବାଣୀ :-ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳାରୁ ଦୁଇ ମାସର ଶିଶୁର ମୃତ୍ୟୁ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଶିଶୁର ପିତା ଶିବୁ ଦିଗାଲ ଓ ମା ସୋନାଲି ବେହେରା । କନ୍ଧମାଳ ଜିଲ୍ଲା ଦୁତିମେଣ୍ଡି ପଞ୍ଚାୟତ ବୈଇକୁମ୍ପାରୁ ଶିଶୁକୁ ନେଇ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଚିକିତ୍ସାଳୟକୁ ଆଣିଥିଲେ । ପରିବାରଙ୍କ ଅଭିଯୋଗ ଅନୁସାରେ ଶିଶୁର ପରିସ୍ରା ହେଉନ ଥିବାରୁ ତିନିଦିନ ହେବ ଫୁଲବାଣୀ ଚିକିତ୍ସାଳୟକୁ ଆଣିଥିଲେ, କିନ୍ତୁ ଡାକ୍ତର ଧନମଣି ପ୍ରଧାନ ଶିଶୁକୁ ଦୂରରୁ ଦେଖ୍‌ କୁଆଡେ ସିରଫ ଲେଖି ଛାଡ଼ି ଦେଇଥିଲେ । ଆଜି ସକାଳୁ ପୁର୍ନବାର ଆଣି ମେଡିକାଲରେ ଭର୍ତ୍ତି କରିଥିଲେ ହେଲେ ନର୍ସ ଡ଼ାକ୍ତରଙ୍କୁନ ଡାକି ନିଜେ ଦେଖି ୱାର୍ଡକୁ ପଠାଇ ଦେଇଥିଲେ । ତୁରନ୍ତ ଚିକିତ୍ସା ନମିଳିବାରୁ ଶିଶୁର ମୃତ୍ୟୁ ହୋଇଥିବାକଥା ଶିଶୁର ବାପା ଶିବୁ ଡିଗାଲ ଅଭିଯୋଗ କରିଛନ୍ତି । ତେବେ, ଏ ନେଇ ଏଡିଏମ ଓ ଡାକ୍ତର ଅଭୟ ପଟ୍ଟନାୟକଙ୍କୁ ପଚାରିବାରେ ସେ ଯଥାସମ୍ଭବ ଚିକିତ୍ସା କରାଯାଇଥିଲା ଆଉ ଶିଶୁଟି ଗୁରୁତର ଅବସ୍ଥାରେ ଡାକ୍ତରଖାନା ଆସିଥିଲେ ବୋଲି କହିଥିଲେ । ତେବେ ସେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

twenty − eight =