ମା ‘ ଦକ୍ଷିଣକାଳୀଙ୍କ ପଣାଯାତ୍ରା

0 129

ଦଶପଲ୍ଲା : ନୟାଗଡ଼ର ଆରାଧ୍ୟ ତଥା ପୀଠ ଦେବୀ ମା ‘ ଦକ୍ଷିଣକାଳୀଙ୍କ ପଣାଯାତ୍ରା ଗୁରୁବାରଠାରୁ ଆରମ୍ଭ ହୋଇଛି । ମହାବିଷୁବ ତଥା ପଣା ସଂକ୍ରାନ୍ତି ମା ଦକ୍ଷିଣକାଳୀଙ୍କ ମୁଖ୍ୟ ପର୍ବ ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ପଣାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯିବା ସହିତ ଶହ ଶହ ସଂଖ୍ୟାରେ ମାନସିକ ବାଣ ଫୁଟାଯିବାର ଆୟୋଜନ କରାଯାଇଥିଲା । ମାତ୍ର ବୁଧବାର ଗଣ୍ଡଗୋଳ ଏବଂ ବର୍ଷା ପାଇଁ ବାଣ ଫୁଟାଇବା ସ୍ଥଗିତ ରଖାଯାଇଥିବାବେଳେ ଗୁରୁବାରଠାରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ପାଳନ କରାଯିବ ଓ ନୀତି ଏବଂ ପରମ୍ପରା ଅନୁସାରେ ପଣାସଂକ୍ରାନ୍ତି ଅପରାହ୍ନରେ ଭକ୍ତଙ୍କ ପାଇଁ ମନ୍ଦିର ତରଫରୁ ପଣା ବଣ୍ଟନ କରାଯାଇଛି । ୧୫ ତାରିଖ ସନ୍ଧ୍ୟାରେ ଭିନ୍ନକ୍ଷମମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯିବା ସହ ଆରିୟାନ୍‌ ଡ୍ୟାନ୍ସ ଗ୍ରୁପ୍‌ ଦ୍ୱାରା ନୃତ୍ୟ ପରିବେଷଣ ହେବ । ୧୬ରୁ ୨୦ ତାରିଖ ମାଗଣା ଅପେରା ବ୍ୟବସ୍ଥା କରାଯାଇଛି । ଯାତ୍ରା ସ୍ୱର୍ଣ୍ଣମହଲ ତାର ଶ୍ରେଷ୍ଠ ନାଟକ ଗୁଡିକ ମଞ୍ଚସ୍ଥ କରିବ ବୋଲି ସୂଚନା ମିଳିଛି । ପ୍ରଥମ ଦିନରେ କାଳବୈଶାଖୀ ବର୍ଷା ପାଇଁ ଯାତ୍ରା ମାନ୍ଦା ରହିଥିବା ଦେଖାଯାଇଛି ।

hiranchal ad1
Leave A Reply

Your email address will not be published.

one × 5 =