ଦଶପଲ୍ଲା : ଦିନକୁ ଦିନ ନୟାଗଡ଼ରେ ବିପର୍ଯ୍ୟସ୍ତ ଆଇନ୍ଶୃଙ୍ଖଳା ପାଇଁ ଜିଲ୍ଲାପାଳ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ୍ ଦାଶ । ୫ ଘଣ୍ଟା ଧରି ୫୭ ନଂ ଜାତୀୟ ରାଜପଥ ଉପରେ ହଜାରହଜାର ଲୋକଙ୍କ ଧାର୍ମିକ ଶୋଭାଯାତ୍ରା ପାଇଁ ବିକଳ୍ପ ଟ୍ରାଫିକ ବ୍ୟବସ୍ଥା ଉପରେ ଧ୍ୟାନ ଦିଆନଯାଇ ଅନୁମତି ଦେବାର ଅଧିକାର ଜିଲ୍ଲାପାଳ, ଏସପି ଙ୍କୁ ଦେଲା କିଏ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଭଳି ବଡ଼ଧରଣର ଶୋଭାଯାତ୍ରା ପାଇଁ ଆଇନତଃ ପୂର୍ବ ସତର୍କତା ନିୟମ କାର୍ଯ୍ୟକାରୀ ସହ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ମୁତୟନ କରାନଯାଇ ସମସ୍ତ ଆଇନକାନୁନ ଉଲ୍ଲଙ୍ଘନ କରି ଜିଲ୍ଲାପାଳ ଏସପିଙ୍କ ଅନଧିକାର ଅନୁମତି ପ୍ରସଙ୍ଗରେ ଜିଲ୍ଲା ଜଜ୍ସ୍ତରୀୟ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ପ୍ରାର୍ଥନା କରି ଆଇନଜୀବୀ ଶ୍ରୀ ଦାଶ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାଏର କରିବେ ବୋଲି କହିଛନ୍ତି । ଏହି ଗୋଷ୍ଠୀ ସଂଘର୍ଷରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଅନୁକମ୍ପା ଅର୍ଥରାଶି ପ୍ରଦାନ ସହ ଉଭୟ ପକ୍ଷର ଆହତଙ୍କୁ ମାଗଣା ଚିକିତ୍ସା ରାଜ୍ୟ ସରକାର ବହନ କରିବାକୁ ଜିଲ୍ଲା କଂଗ୍ରେସ ଦାବି କରିଛି ।