ସ୍ୱାଧୀନତା ସଂଗ୍ରାମରେ ପଶ୍ଚିମ ଓଡ଼ିଶାର ଭୂମିକାକୁ ଲୋକଲୋଚନକୁ ଆଣିବାକୁ ଆହ୍ୱାନ

0 80

ସମ୍ବଲପୁର: ଭାରତୀୟ ଇତିହାସ ଓ ଗବେଷଣା ପରିଷଦ(ଆଇସିଏଚଆର)ର ପ୍ରାୟୋଜନ କ୍ରମେ ଗଂଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଆନୁକୂଲ୍ୟରେ ଦ୍ୱିଦିବସୀୟ ଜାତୀୟ ସମ୍ପାନ ଆଜି ସମ୍ପନ୍ନ ହୋଇଛି । ଏହି ସମ୍ପାନରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରୋ. ଏନ ନାଗାରାଜୁ, ପ୍ରୋ. ଅଖିଳ ବିହାରୀ ଓତା, ଦାଶ ବେନହୁର, ପରିଷଦ ଅଧ୍ୟକ୍ଷ ହରିହର ପଣ୍ଡା, ସସ୍ମିତ ପ୍ରସାଦ ପାଣି, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରୋ ସୁଶାନ୍ତ କୁମାର ଦାଶ, ଉପ କୁଳସଚିବ ଉମାଚରଣ ପତି ଓ ଇତିହାସ ବିଭାଗ ମୁଖ୍ୟ ଅତୁଲ କୁମାର ପ୍ରଧାନ ଆଦି ମଂଚାସୀନ ଥିଲେ । ଉଦଘାଟନୀ ଉତ୍ସବରେ ଅତିଥିମାନେ କହିଲେ ଯେ ଇତିହାସ ସାମାଜିକ ବିଜ୍ଞାନ ଓ ସାହିତ୍ୟର ମୂଳ ପ୍ରାଣ ଅଟେ, ତେଣୁ ଇତିହାସ ଅମୂଲ୍ୟ ଅଟେ । ଇତିହାସକୁ ବାସ୍ତବବାଦୀ ଘଟଣା ଉପରେ ଆଧାରିତ କରିବାର ସମୟ ଆସିଛି, ଏଣୁ ଇତିହାସକୁ ଅତିରଂଜିତ, କଳ୍ପନା ଆଧାରିତ କରିବାର ସମୟ ଚାଲିଯାଇଛି । ସ୍ୱାଧୀନତା ପୂର୍ବୋତ୍ତର କାଳରେ ପଶ୍ଚିମ ଓଡ଼ିଶାରେ ପ୍ରତିରୋଧର ଇତିହାସ ସମୃଦ୍ଧ ଥିବା ସତ୍ତେ୍ୱ ଇତିହାସରେ ପ୍ରଘଟ ହୋଇ ପାରିନାହିଁ । ପଶ୍ଚିମ ଓଡ଼ିଶାର କୋଣ ଅନୁକୋଣରେ, ବିଭିନ୍ନ ରାଜଶାସିତ ଅଞ୍ଚଳରେ ଦୁର୍ଦ୍ଦାନ୍ତ ସଂଗ୍ରାମ ହୋଇଛି । ସେଗୁଡିକୁ ଲୋକ ଲୋଚନକୁ ଆଣିବାକୁ ପଡ଼ିବ ଓ ଏଥିପାଇଁ ଉପେକ୍ଷିତ ରହିଥିବା ତଥ୍ୟ ଓ ସାକ୍ଷ୍ୟ ଗୁଡ଼ିକୁ ଖୋଜି ବାହାର କରିବାକୁ ପଡିବ । ଏହି ଅବସରରେ ଐତିହାସିକ ଶଶାଙ୍କ ଶେଖର ପଣ୍ଡାଙ୍କୁ ସମ୍ମାନୀତ କରାଯାଇଛି । ଏହି ଉପଲକ୍ଷେ ଦୁଇଟି ହଲରେ ସମାନ୍ତରାଳ ଭାବେ ଦୁଇଟି ଅଧିବେଶନରେ ବିଶିଷ୍ଟ ଐତିହାସିକ, ଅଧ୍ୟାପକ, ଗବେଷକ ଓ ଲେଖକମାନେ ସନ୍ଦର୍ଭ ପାଠ କରିଥିଲେ । ଏହି ସମ୍ପାନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିନିଧି ତଥା ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

ten + one =