ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

0 399

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ସଂକୁଳ ସ୍ତରୀୟ “ ଜ୍ଞାନ ବିଜ୍ଞାନ ମେଳା “ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ରୂପେ ବନବାସୀ ସେବା ସମିତିର ଯୁଗ୍ମ ସମ୍ପାଦକ ରବିନ୍ଦ୍ର ପଣ୍ଡା ଓ ସଂକୁଳ ପ୍ରମୁଖ ତୀର୍ଥବାସୀ ଘଡେଇ ଯୋଗ ଦେଇଥିବା ବେଳେ ଅନେକ ବିଜ୍ଞାନିଗଣ ଉଦଘାଟନ ସମାରୋହରେ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତଥା ସଂକୁଳ ସଂଯୋଜକ ଶିଶିର କୁମାର ମହାପାତ୍ର ଓ ବାଲିଗୁଡ଼ା ସଂକୁଳର ପାଞ୍ଚଟି ଶିଶୁ ମନ୍ଦିରର ସମସ୍ତ ପ୍ରଧାନ ଆଚାର୍ଯ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ମମତା ମହାରଣା ଉପସ୍ଥିତ ଅତିଥ୍ ଗଣଙ୍କ ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ତୀର୍ଥବାସୀ ଘଡେଇ କୁନି ବିଜ୍ଞାନି ଶିଶୁ ମାନଙ୍କୁ ଅନେକ ମୂଲ୍ୟବାନ ଆଶୀର୍ବଚନ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥ୍‌ ରବିନ୍ଦ୍ର ପଣ୍ଡା ମେଳାର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରିଥିଲେ । ସେ କହିଥିଲେ ଯେ ଅନେକ ସ୍ଥାନରେ ଏହିଭଳି ଅନେକ କାର୍ଯ୍ୟକ୍ରମ ହୋଇଥାଏ, କିନ୍ତୁ ଶିଶୁ ବିଦ୍ୟାମନ୍ଦିରର କାର୍ଯ୍ୟକ୍ରମ ଅତି ନିଆରା । ପରେ ସମସ୍ତ ଅତିଥ୍ କୁନି ବିଜ୍ଞାନି ମାନଙ୍କ ପ୍ରକଳ୍ପ ବୁଲି ଦେଖିଥିଲେ । ଉକ୍ତ ମେଳାରେ ବିଜ୍ଞାନ ପ୍ରକଳ୍ପ, ଗଣିତ ପ୍ରକଳ୍ପ, ବିଜ୍ଞାନ ପତ୍ରବାଚନ, ଗଣିତ ପତ୍ରବାଚନ, ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ,ବୈଦିକ ଗଣିତ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରଶ୍ନମଞ୍ଚ, କଥାକଥନ, ତତ୍କାଳ ଭାଷଣ , ମୂର୍ତ୍ତି କଳା ପ୍ରଭୃତି ପ୍ରତିଯୋଗିତା ଗୁଡ଼ିକର ଆୟୋଜନ କରାଯାଇଥିଲା । ଉକ୍ତ ପ୍ରତିଯୋଗିତା ଗୁଡିକରେ ପ୍ରାୟ ୨୫୦ ଶିଶୁ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ନିଖୁଣତାର ସହିତ କାର୍ଯ୍ୟ ପରିଚାଳନା କରିଥିଲେ ।

hiring


ଅପରାହ୍ନ ୩.୩୦ ଘଟିକାରେ ସମରୋପ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ନଗରର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ଲେଙ୍କା ଓ ବିଦ୍ୟାଳୟର ସମ୍ପାଦକ ତୀର୍ଥବାସି ଘଡେଇ ମୁଖ୍ୟଅତିଥିରୂପେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଇତ୍ୟବସରରେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିମାନଙ୍କ ଦ୍ଵାରା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ ପୂର୍ବକ ଶାନ୍ତିମନ୍ନ ଓ ବନ୍ଦେ ମାତରଂ ଗାନ କରି କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

15 − three =