ବସଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ଆଲୋଚନା

0 312

ବଲାଙ୍ଗୀର: ବସ୍‌ ଟର୍ମିନାଲକୁ କାର୍ଯ୍ୟକ୍ଷମ କରିବା ସଂପର୍କରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧକ୍ଷତାରେ ଆଲୋଚନା କରାଯାଇଛି । ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷରେ ଅନୁଷ୍ଠିତ ଆଲୋଚନାରେ ରାଜ୍ୟ ପରିବହନ ବିଭାଗର ଏକ ଉଚ୍ଚସ୍ତରୀୟ କମିଟୀ ନିର୍ଦ୍ଦେଶକ ଦିପ୍ତେଶ ପଟ୍ଟନାୟକ, ପୌରାଧକ୍ଷା ଲିକା ସାହୁ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ୍‌ ଦୀପ ଓ ଘରୋଇ ବସ୍‌ ମାଲିକ ସଂଘ ସଭାପତି ହେମନ୍ତ କୁମାର ପଣ୍ଡା ଓ ଅନ୍ୟାନ୍ୟ ସଦସ୍ୟ ଅଂଶ ଗ୍ରହଣ କରିଥିଲେ । ଶ୍ରୀଯୁକ୍ତ ପଣ୍ଡା ଘରୋଇ ବସଷ୍ଟାଣ୍ଡ ଶୀଘ୍ର ସ୍ଥାନାନ୍ତର ପାଇଁ ଦାବୀ ରଖିଥିବା ଜଣାଯାଇଛି । ଶୀଘ୍ର ବସ୍‌ ଟର୍ମିନାଲ କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ନିଆଯିବ ବୋଲି ବୈଠକ ପରେ ସୂଚନା ଦିଆଯାଇଛି । ଏଠାରେ ସୂଚାଇ ଦିଆଯାଏ, ଯେ ଏକ ସୁନ୍ଦର ଅତ୍ୟାଧୁନିକ ବସ୍‌ ଟର୍ମିନାଲ ନିର୍ମାଣ କରାଯାଇଛି । ଯାହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । କିନ୍ତୁ ଲୋକାର୍ପଣର ମାସ ମାସ ବିତିଥିଲେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇ ନାହିଁ । ଅନ୍ୟ ପଟେ ସହର ମଝିରେ ଘରୋଇ ବସଷ୍ଟାଣ୍ଡ ହେତୁ ମୁଖ୍ୟ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ହେଉଛି । ବସ୍‌ ଟର୍ମିନାଲ କାର୍ଯ୍ୟକ୍ଷମ ବିଳମ୍ବ ହେବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

two × 1 =