ଫୁଲବାଣୀ: ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଆଯୋଜିତ ହୋଇଯାଇଛି । ଜ଼ିଲ୍ଲାର ପର୍ଯ୍ୟଟନସ୍ଥଳୀ ଗୁଡିକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଆନ୍ତର୍ଜାତିକ ଯୋଗ କାର୍ଯ୍ୟକ୍ରମ ପାଇଁ ଯୋଗ ଅଭ୍ୟାସ ଅନୁଷ୍ଠିତ ହୋଇଯାଇଛି । ନେହରୁ ଯୁବକେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ ନବନିତ କୁମାର, ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖଙ୍କ ନେତୃତ୍ୱରେ ସ୍ଥାନୀୟ ଉରମାଗଡ ଜଳ ପ୍ରପାତ ଓ ଲୁଡୁ ଜଳ ପ୍ରପାତର ପ୍ରାକୃତିକ ପରିବେଶ ମଧ୍ୟରେ ସ୍ୱେଚ୍ଛାସେବୀ, ଯୁବକ ସଙ୍ଘର ଭାଇ ଓ ଭଉଣୀମାନେ ଯୋଗ ଅଭ୍ୟାସରେ ଯୋଗ ଦେଇଥିଲେ ।