ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ

0 36

ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ଗତକାଲି ସନ୍ଧ୍ୟାରୁ ଏକ ଜଙ୍ଗଲୀ ଦନ୍ତା ହାତୀ ଉପଦ୍ରବ ମଚାଇ ଆଜି ସକାଳେ ଜଣେ ଜଣେ ବୃଦ୍ଧଙ୍କ ଜୀବନ ନେଇଛି। ହାତିଟି ଏବେ ଜନବସତି ଅଭିମୁଖା ହେଉଥିବାବେଳେ ଦନ୍ତାକୁ ନେଇ ଅଂଚଳରେ ଭୟର ବାତାବରଣ ଛାଇ ଯାଇଛି।
ସୂଚନା ମୁତାବକ, ଗତକାଲି ସାନ୍ଧ୍ୟରେ କୁଳଢିଆ ଅଭୟାରଣ୍ୟ ହଦଗଡ଼ ରେଞ୍ଜ ଜଙ୍ଗଳରୁ ୨ ଟି ହାତୀ ଜନବସତି ଅଭିମୁଖା ହୋଇ କୁପାରୀ ଶାରୀଶୁଆ ପାହାଡ଼ ପାଦଦେଶରେ ଥିବା ବାଗେଇପୁର ଗ୍ରାମକୁ ପଶିଥିଲେ। ଖବର ପାଇ କୁପାରୀ ବନ କର୍ମଚାରୀମାନେ ତାଙ୍କୁ ଘଉଡ଼ାଇବା ଆରମ୍ଭ କରିଥିଲେ। ମାତ୍ର ଗୋଟେ ହାତୀ ପୁନର୍ବାର ଜଙ୍ଗଲ ପେରିଯାଇଥିବା ବେଳେ ଆଉ ଗୋଟେ ଦନ୍ତା ହାତୀ ଫସଲ ବାଡ଼ ଆଦି ନଷ୍ଟ କରି ପାହାଡ଼ରୁ ୨୦ କିଲୋମିଟର ଦୂରରେ ଥିବା ଶୁଣ୍ଢୀରା ଗଣ୍ଡିବେଡ଼ ପଞ୍ଚାୟତ ଅଧୀନସ୍ଥ ନୂଆସାହି ପୂର୍ବପଡା ଗ୍ରାମର ସୁରେନ୍ଦ୍ର ପ୍ରସାଦ ଦାସଙ୍କ (୬୩) ଜୀବନ ନେଇଛି।

hiranchal ad1
Leave A Reply

Your email address will not be published.

one + 11 =