ପୁଣି ଜୀବନ ନେଲା ଆମ ବସ୍‌ , ଡ୍ରାଇଭର ଫେରାର

0 55

ଭୁବନେଶ୍ୱର: ପୁଣି ଜୀବନ ନେଲା ଆମ ବସ୍‌ । ଭୁବନେଶ୍ୱର ରୂପାଲି ଛକରେ ଆମ୍‌ ବସ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଏକ ଅଟୋକୁ ପଛରୁ ଧକ୍କା ଦେଇଥିଲା ଆମ୍‌ ବସ୍‌ । ଫଳରେ ଅଟୋରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ପରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ଦୁର୍ଘଟଣା ପରେ ଆମ ବସ ଡ୍ରାଇଭର ଫେରାର ହୋଇଯାଇଛି । ଉତ୍ତେଜନା ପ୍ରକାଶ ପାଇବାରୁ ଡିସିପି ପହଞ୍ଚି ବୁଝାସୁଝା କରୁଛନ୍ତି ।

hiring

ବାରମ୍ବାର ଆମ୍‌ ବସ୍‌ ଧକ୍କାରେ ଲୋକଙ୍କ ଜୀବନ ଯାଉଥିବା ବେଳେ ସଡକ ସୁରକ୍ଷା ସପ୍ତାହ ଆରମ୍ଭରେ ଏଭଳି ଘଟଣା ଘଟିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି । ଆମ ବସ ଡ୍ରାଇଭରଙ୍କୁ କାହିଁକି ସଚେତନ କରାଯାଉନାହିଁ ବଲେି ପ୍ରଶ୍ନ ଉଠିଛି । ରୂପାଲି ଛକରେ ଦୁର୍ଘଟଣା ଘଟିବାରୁ ରାସ୍ତାରେ ଲୋକମାନେ ହୋହାଲ୍ଲା କରିବା ସହ ଆମ ବସ ନୁହେଁ ଯମ ବସ ବୋଲି କହୁଛନ୍ତି ରାଜଧାନୀ ବାସିନ୍ଦା ।

hiranchal ad1
Leave A Reply

Your email address will not be published.

17 − three =