ବେଙ୍ଗାଲୁରୁରେ ଦଶପଲ୍ଲା ଯୁବକଙ୍କ ମୃତ୍ୟୁ, ଶବ ଆଣିବାରେ ସହାୟତା କଲେ ସାଂସଦ ସୁକାନ୍ତ ପାଣିଗ୍ରାହୀ

0 713

ଦଶପଲ୍ଲା : କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଦଶପଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ବାସିନ୍ଦା ବନବିହାରୀ ଘଡେ଼ଇଙ୍କ ପୁତ୍ର ପ୍ରଭାସ ରଞ୍ଜନ ଘଡାଇଙ୍କ ବେଙ୍ଗାଲୁରୁରେ ମୃତ୍ୟୁ ଘଟିଛି। ଜୀବିକା ନିର୍ବାହ ପାଇଁ ବେଙ୍ଗାଲୁରୁରେ କାର୍ଯ୍ୟରତ ଥିବା ବେଳେ ଅପ୍ରତ୍ୟାଶିତ ଭାବେ ଏହି ଦୁର୍ଘଟଣା ଘଟିଛି। ତାଙ୍କ ପରିବାରବର୍ଗଙ୍କ ଠାରୁ ଏହି ହୃଦୟ ବିଦାରକ ଖବର ପାଇବା ମାତ୍ରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ତତ୍ କ୍ଷଣାତ୍ ଓଡ଼ିଶା ସରକାର ଏବଂ କର୍ଣ୍ଣାଟକ ସରକାରଙ୍କ ବେଙ୍ଗାଲୁରୁ ପ୍ରଶାସନଙ୍କ ସହ ଯୋଗାଯୋଗ କରି ତାଙ୍କ ପାର୍ଥିବ ଶରୀରକୁ ନିଜ ମାତୃଭୂମି ଓଡ଼ିଶାକୁ ଆଣିବାର ଯାବତୀୟ ବ୍ୟବସ୍ଥା କରିଥିଲେ। ଏହି କଠିନ ଘଡ଼ିରେ ଶୋକାକୁଳ ପରିବାରର ପାଖରେ ଠିଆ ହେବା ଆମର ପ୍ରାଥମିକ କର୍ତ୍ତବ୍ୟ ଓ ନୈତିକ ଦାୟିତ୍ୱ ବୋଲି ନିଷ୍ପତ୍ତି ନେଇ କାର୍ଯ୍ୟ କରିଥିଲେ ।
ଆଜି ସ୍ବର୍ଗତ ପ୍ରଭାସ ରଞ୍ଜନ ଘଡାଇଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସାଂସଦ ସେଠାରେ ଉପସ୍ଥିତ ହୋଇ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ଅମର ଆତ୍ମାର ସଦଗତି ପାଇଁ ସର୍ବଶକ୍ତିମାନ ଈଶ୍ୱରଙ୍କ ନିକଟରେ ହୃଦୟରୁ ପ୍ରାର୍ଥନା କରିଥିଲେ। ଏହି ଅସହନୀୟ ଦୁଃଖର ମୁହୂର୍ତ୍ତରେ ସ୍ବର୍ଗତ ଘଡାଇଙ୍କ ପରିବାରବର୍ଗ, ସମ୍ପର୍କୀୟ ଏବଂ ବନ୍ଧୁବାନ୍ଧବଙ୍କ ପ୍ରତି ସାଂସଦ ଗଭୀର ସମବେଦନା ଜଣାଇଥିଲେ। ପରମେଶ୍ୱର ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ କ୍ଷତି ସହିବାକୁ ମାନସିକ ବଳ ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ ଏହା ମୋର କାମନା କରିଥିଲେ ।

hiranchal ad1
Leave A Reply

Your email address will not be published.

17 + 16 =