ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି, ଆଗାମୀ ଚାରି ଦିନ ମଧ୍ୟରେ ସାରା ରାଜ୍ୟରେ ରାତିର ତାପମାତ୍ରା ୨ ରୁ ୪ ଡିଗ୍ରି ସେଲସିୟସ୍ ହ୍ରାସ ପାଇବ। ଏହା ସହିତ, ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ହାଡ଼ଭଙ୍ଗା ଶୀତ ଲାଗି ରହିବ।
ମଙ୍ଗଳବାର ଦିନ ପ୍ରବଳ ଶୀତ ଲହରୀ ଓଡ଼ିଶାକୁ ଥରାଇ ଦେଇଛି। ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୫.୧ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ରାଉରକେଲାରେ ୬.୬ ଡିଗ୍ରି ସେଲସିୟସ୍, ସୁନ୍ଦରଗଡ଼ରେ ୭.୬ ଡିଗ୍ରି ସେଲସିୟସ୍ ଏବଂ ଦାରିଙ୍ଗବାଡିରେ ୭.୫ ଡିଗ୍ରି ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି।
ଶୀତ ଲହରୀ ଯୋଗୁ ଅନେକ ସହରରେ ଦୈନନ୍ଦିନ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଲୋକେ ନିଆଁ ଜାଳି ଥଣ୍ଡାରୁ ରକ୍ଷା ପାଇବାକୁ ପ୍ରୟାସ କରୁଛନ୍ତି।
