ଚିକିତ୍ସା ପାଇଁ ମୁମ୍ୱାଇ ଗଲେ ବିଜେଡି ସୁପ୍ରିମୋ ନବୀନ

0 207

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସର୍ଭାଇକାଲ ଆଥ୍ରାଇଟିସ ରୋଗରେ ପୀଡ଼ିତ । ଏହାର ଚିକିତ୍ସା ପାଇଁ ଆଜି ମୁମ୍ବାଇ ଯାଇଛନ୍ତି ନବୀନ । ଆସନ୍ତା ୨୨ ତାରିଖରେ ମୁମ୍ବାଇ ସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ସର୍ଭାଇକାଲ ଆଥ୍ରାଇଟିସ ଅସ୍ତ୍ରୋପଚାର ହେବ । ତାଙ୍କ ବ୍ୟକ୍ତିଗତ ଚିକିତ୍ସିକ ଡାକ୍ତର ରାମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ପାଇଁ ସବୁ ବ୍ୟବସ୍ଥା କରାଯାଉଛି । 

hiring

ଯିବା ପୂର୍ବରୁ ନବୀନ ନିବାସରେ ବିଜେଡି ମହିଳା ନେତ୍ରୀମାନେ ଶଙ୍ଖ ବଜାଇ, ହୁଳହୁଳି ଦେଇ ପୂଜାର୍ଚ୍ଚନା କରିଛନ୍ତି । ଏଥିପାଇଁ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଜେଡି ନେତ୍ରୀମାନେ ନବୀନ ନିବାସରେ ପହଞ୍ଚିଥିଲେ । ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସ୍ନେହାଙ୍ଗିନୀ ଛୁରିଆ, ରଞ୍ଜିତା ସାହୁ, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ, ମିନତୀ ବେହେରା, ରାଜଶ୍ରୀ ମଲ୍ଲିକ ପ୍ରମୁଖ ପୂଜା ଅର୍ଚ୍ଚନା କରିଛନ୍ତି । ନବୀନଙ୍କ ସଫଳ ଅସ୍ତ୍ରୋପଚାର ପାଇଁ ଶୁଭ ମନାସି ଆଶୁ ଆରୋଗ୍ୟ କାମନା କରିଛନ୍ତି ନେତ୍ରୀ ମାନେ ।

hiranchal ad1
Leave A Reply

Your email address will not be published.

two × five =