ରାଜ୍ୟରେ ମୌସୁମୀ ସକ୍ରିୟ, ପ୍ରବଳ ବର୍ଷା ସମ୍ଭାବନା

0 221

ଭୁବନେଶ୍ୱର:ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଥିବାବେଳେ ସାରା ଓଡ଼ିଶାରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଆସନ୍ତା ୫ଦିନ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିବ। ତେବେ ୨ ଦିନ ଧରି କେତେକ ଜିଲାରେ ଅତିରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

hiring

ଅନ୍ୟପକ୍ଷରେ ପାଣିପାଗ କେନ୍ଦ୍ର ସୂଚନାନୁସାରେ, ବୁଧବାର ରାଉରକେଲାରେ ୨୭.୮ ମିମି, ହୀରାକୁଦରେ ୨୫.୯ ମିମି, ଢ଼େଙ୍କାନାଳରେ ୧୫.୨ ମିମି, ତାଳଚେରରେ ୧୨.୬ ମିମି, ସମ୍ବଲପୁରରେ ୧୨.୩ ମିମି, ବାଲେଶ୍ୱରରେ ୧୧.୬ ମିିମି, ଝାରସୁଗୁଡ଼ାରେ ୧୦.୮ ମିମି ଓ ଅନୁଗୋଳରେ ୧୦.୦ମିମି ବର୍ଷା ହେବ। ଏଥିସହ ଅନ୍ୟ କିଛି ଜିଲାରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଉଛି। ଗୁରୁବାର ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲାରେ ଅତିରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉଭୟ ଜିଲାରେ ବଜ୍ରପାତ ସହ ଘଣ୍ଟା ପ୍ରତି ୩୦ରୁ ୪୦ କି.ମି. ବେଗରେ ପବନ ବହିବାର ଆଶଙ୍କା ରହିଛି। ସେହିଭଳି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ବାଲେଶ୍ୱର ଆଦି ଜିଲାରେ ବଜ୍ରପାତ ସହ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଅରେଞ୍ଜ ଓ୍ବାର୍ନିଂ ଜାରି ହୋଇଛି। ସେହିପରି ବରଗଡ଼, ସୋନପୁର, ବୌଦ୍ଧ, ଢ଼େଙ୍କାନାଳ, ଯାଜପୁର ଏବଂ ଭଦ୍ରକ ଆଦି ଜିଲାରେ ପ୍ରବଳ ବର୍ଷା ଆଶଙ୍କାରେ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

hiranchal ad1
Leave A Reply

Your email address will not be published.

18 − 2 =