ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହେଲା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ

0 199

ସୁବର୍ଣ୍ଣପୁର : ସୋନପୁର ସଦର ବ୍ଲକ ଅଧିନସ୍ଥ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଆଜି ସାଗରପାଲି ଶ୍ରୀରାମ ପାଠାଗାରଠାରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ, ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ଅଶୋକ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଡିଇସି ଓ ଆଲବେଣ୍ଡାଜଲ ବଟିକା ସେବନର ବିଧି ଏବଂ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ପରେ ଉପସ୍ଥିତ ଅତିଥି ଏବଂ ଜନସାଧାରଣ ମିଳିତ ଭାବେ ଡିଇସି ଓ ଆଲବେଣ୍ଡାଜଲ ବଟିକା ସେବନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଆଗାମୀ ୧୬ ତାରିଖ ଯାଏଁ ଔଷଧ ସେବନ କର୍ତ୍ତାମାନେ ଘରକୁ ଘର ବୁଲି ପ୍ରତ୍ୟକ୍ଷ ଭାବେ ହିତାଧିକାରୀଙ୍କୁ ଔଷଧ ଖୁଆଇବେ । ୨ ବର୍ଷରୁ କମ୍‌ ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କୁ ଛାଡି ଅନ୍ୟ ସମସ୍ତେ ଫ୍ୟାଲେରିଆ ନିରାକରଣ ପାଇଁ ଏହି ଔଷଧ ନିହାତି ସେବନ କରିବା ଉଚିତ । ମହିଳା ସ୍ୱାସ୍ଥ୍ୟକର୍ମୀ ସୁମତି ବାରିକ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

two × 4 =