ଜିଲ୍ଲାପାଳଙ୍କୁ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କଲେ ୮ ପଞ୍ଚାୟତର ସରପଞ୍ଚ

0 62

ଘୁ ଉଦୟଗିରି:କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକ ଅନ୍ତର୍ଗତ ୮ ଗୋଟି ଗ୍ରାମପଞ୍ଚାୟତ ସରପଞ୍ଚ ମିଳିତ ଭାବରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ନିଜ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କରିବା ସହ ତା’ର ସମାଧାନ ନିମନ୍ତେ ଅନୁରୋଧ କରିଛନ୍ତି । ପ୍ରମୁଖ ସମସ୍ୟା ଗୁଡ଼ିକ ହେଲା ବୃଦ୍ଧା ବୃଦ୍ଧ ମାନଙ୍କ ବାର୍ଦ୍ଧକ୍ୟ ଭତ୍ତା, ଡିବିଟି ମାଧ୍ୟମରେ ଦିଆଯାଉଛି ପୂର୍ବରୁ ପଞ୍ଚାୟତ ପରିସରରେ ହାତାହାତି ଟଙ୍କା ଦିଆଯାଉଥିଲା । ବ୍ୟାଙ୍କ ଆକାଉଣ୍ଟକୁ ଦିଆଯିବା ନିୟମ ହେବା ଦିନ ଠାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡିବିଟି ମାଧ୍ୟମରେ ୩ ମାସ ହେଲାଣି ଲୋକେ ପଇସା ପାଇ ନାହାଁନ୍ତି । ଅନେକ ଲୋକଙ୍କର ଫିଙ୍ଗର ପ୍ରିଣ୍ଟ ନ ନେବା ଯୋଗୁଁ ପଇସା ଉଠେଇ ପାରୁ ନାହାଁନ୍ତି । ଏହାର ସ୍ଥାୟୀ ସମାଧାନ କରି ପଞ୍ଚାୟତ ପରିସରରେ ଲୋକମାନଙ୍କୁ ପୂର୍ବ ଭଳି ଭତ୍ତା ଟଙ୍କା ଦିଆଯାଉ । ଉନ୍ନୟନ ମୂଳକ କାର୍ଯ୍ୟରେ ମଧ୍ୟ ପଞ୍ଚାୟତ ଖସଡ଼ାରୁ ସିସି ରୋଡ ଓ କେନାଲ ବାଦ୍‌ ଦିଆଯାଇଛି । ଏହାକୁ ପୁନର୍ବାର ପଞ୍ଚାୟତ ପରିସର ଭୁକ୍ତ କରାଯାଉ ଓ ପଞ୍ଚାୟତ ଦ୍ୱାରା ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉ ଯେପରି ଅଞ୍ଚଳରେ ଉନ୍ନତି ହୋଇପାରିବ ।ପରେ ମନରେଗା କାର୍ଯ୍ୟକ୍ରମରେ ମେଟେରିଆଲ କାର୍ଯ୍ୟ ହୋଇ ପାରୁନାହିଁ ସେଥି ପ୍ରତି ଧ୍ୟାନ ଦିଆଯାଉ । ବ୍ଲକରେ ଯନ୍ତ୍ରୀମାନଙ୍କ ଅଭାବ ଯୋଗୁଁ ଗ୍ରାମପଞ୍ଚାୟତ ମାନଙ୍କରେ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନାହିଁ । ତେବେ ଆବଶ୍ୟକ ଯନ୍ତ୍ରୀ ପଦବୀ ପୂରଣ କରାଯାଇ ଉନ୍ନୟନ କାର୍ଯ୍ୟ ଗୁଡ଼ିକ ତ୍ୱରାନ୍ୱିତ କରାଯାଉ । ତେଣୁ ଏହାର ସ୍ଥାୟୀ ସମାଧାନ କଲେ ବ୍ଲକର ସମସ୍ତ ପଞ୍ଚାୟତ ଗୁଡ଼ିକ ମଧ୍ୟରେ ଉନ୍ନୟନମୂଳକ କାର୍ଯ୍ୟ ଆଗେଇବା ସହ ଜନସାଧାରଣ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଉପକୃତ ହେବେ ।

hiranchal ad1
Leave A Reply

Your email address will not be published.

9 + 10 =