କ୍ରାନ୍ତିବୀର ଯୁବ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0 80

ଘୁ ଉଦୟଗିରି: ଘୁ ଉଦୟଗିରି ବ୍ଲକ୍‌ ଅଧୀନରେ ଥିବା କତିଙ୍ଗିଆ ଗ୍ରାମପଞ୍ଚାୟତର ସୁଦ୍ଧିପଡ଼ା ଠାରେ କ୍ରାନ୍ତିବୀର୍‌ ଯୁବ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଗତ ୧୫ /୬/୨୦୨୨ ଠାରୁ ୧୬ ଗୋଟି ଦଳକୁ ନେଇ ଅନୁଷ୍ଠିତ ହୋଇଥିଲା ଓ ଆଜି ଏହା ଉଦଯାପନୀ ହୋଇଛି ।ସମସ୍ତ ଦଳ ସୁନ୍ଦର୍‌ ପ୍ରଦର୍ଶନ କରି ଶେଷ ଫାଇନାଲ ମ୍ୟାଚରେ ମାଣିକେଶ୍ୱର ଓ ବାକିଙ୍ଗିଆ ଦଳ ମଧ୍ୟରେ ଖେଳ ହୋଇଥିଲା । ଏହି ପ୍ରତିଯୋଗିତା କରିବାର ତାତ୍ପର୍ଯ୍ୟ ଅଞ୍ଚଳରେ ଯେପରି ଶାନ୍ତି,ସଦଭାବନା ଏବଂ ଭାଇଚାରା ବିକାଶ ନିମନ୍ତେ କ୍ରାନ୍ତିବୀର ଯୁବ ସମାଜ୍‌ ପକ୍ଷରୁ ଆୟୋଜନ କରିବା ସହିତ ଫାଦର୍‌ ମନୋଜ କୁମାର୍‌ ନାୟକଙ୍କ ସହଯୋଗରେ ଏହି ଭଲିବଲ୍‌ ଖେଳ ପ୍ରତିଯୋଗିତା କରାଯାଇଥିଲା । ଉଦଯାପନୀ ଖେଳରେ ବାକୀଙ୍ଗିଆ ଦଳ ସମୁଦାୟ ୮୪ ପଏଣ୍ଟ ରଖି ବିଜୟ ହୋଇଥିବା ବେଳେ ମାଣିକେଶ୍ୱର ଦଳ ୪୩ ପଏଣ୍ଟ ପାଇ ରନର ହୋଇଥିଲେ । କ୍ରାନ୍ତିବୀର ଯୁବ ସମାଜ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫାଦର ମନୋଜ ନାୟକଙ୍କ ଅବଦାନ ବହୁତ୍‌ ରହିଥିବା ବେଳେ ଅଞ୍ଚଳର ଯୁବ ସମାଜକୁ ଆଗକୁ କଢେଇ ନେବା ଓ ଉନ୍ନତି ପଥେ ଅଗ୍ରସର କରି ସ୍ଥାପନା କରିବା ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତାକୁ ସହଯୋଗ କରିଥିବା ଫାଦର ମନୋଜ ପ୍ରଧାନ ପ୍ରକାଶ କରିଛନ୍ତି ।ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ବିଭୂତି ପ୍ରଧାନ ଯୋଗ ଦେଇ ବିଜୟ ହୋଇଥିବା ବାକିଙ୍ଗିଆ ଦଳକୁ ସିଲ ସହିତ ୩୦୦୧ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିବା ବେଳେ ଖେଳର ଆୟୋଜନ କରିବା ନିମନ୍ତେ ସହଯୋଗ କରିଥିବା, ତଥା ସମ୍ମାନିତ ଅତିଥି ଫାଦର ମନୋଜ କୁମାର ନାୟକ ରନର୍‌ ହୋଇଥିବା ମାଣିକେଶ୍ୱର ଦଳକୁ କପ୍‌ ସହିତ ୨୦୦୧ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ଶ୍ରେଷ୍ଠ ହିଟର ଭାବରେ ମୁନୁ ନାୟକଙ୍କୁ ସୁକେଶିନି ଦିଗାଲ କତିଙ୍ଗିଆ ୨ ନମ୍ୱର୍‌ ୱାର୍ଡ ମେମ୍ବର କପ୍‌ ଦେଇଥିବା ବେଳେ ଶ୍ରେଷ୍ଠ ନେଟର ଭାବରେ ନେତ୍ର ପ୍ରଧାନଙ୍କୁ ସନାତନ ପ୍ରଧାନ,ନାଏବ ସରପଞ୍ଚ ପୁରସ୍କାର ପ୍ରଦାନ କରିଥିଲେ । ଖେଳକୁ ରେଫରି ଅଶୋକ କୁମାର ମଲ୍ଲିକ ପରିଚାଳନା କରିଥିବା ବେଳେ ମିଳନ ପ୍ରଧାନ ସହଯୋଗ କରିଥିଲେ । ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଓ ମୂଳନିବାସି ବିକାଶ ମଞ୍ଚର ସଭାପତି ଶରତ ଚନ୍ଦ୍ର ଦିଗାଲ ଓ ଅଞ୍ଚଳର ଅନେକ ବୁଦ୍ଧିଜୀବୀ, ଖେଳପ୍ରେମୀ ସହଯୋଗରେ ଏହି ପ୍ରତିଯୋଗିତା ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି । ଶେଷରେ ଫାଦର ମନୋଜ କୁମାର ନାୟକ ଆସନ୍ତା ଦିନମାନଙ୍କରେ କନା ବଲ୍‌ ପ୍ରତିଯୋଗିତା କରିବା ନିମନ୍ତେ ଘୋଷଣା କରିବା ସହିତ ଅଞ୍ଚଳର ଉନ୍ନତି ନିମନ୍ତେ ଏବଂ ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା ନିମନ୍ତେ କତିଙ୍ଗିଆ ଅଞ୍ଚଳରେ ଏକ କଲେଜ ଖୋଲିବା ନିମନ୍ତେ ପ୍ରୟାସ କରିବେ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ସାଂସଦ ପ୍ରତିନିଧି ସାମନ୍ତ ଦିଗାଲ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପରିଚାଳନା କରିବା ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍‌ ଦେଇ କାର୍ଯ୍ୟକ୍ରମ ସମାସ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

one × 5 =