ଅଫିସ୍‌କୁ ଫେରିଲେ ଓଏଏସ୍ ଅଧିକାରୀ, ୩ ଦିନ ପରେ ସ୍ବାଭାବିକ୍ ହେଲା ରାଜ୍ୟରେ ଶାସନ ବ୍ୟବସ୍ଥା

0 175

ଭୁବନେଶ୍ବର: ଆଜିଠୁ ସ୍ୱାଭାବିକ ହେଲା ଶାସନ ବ୍ୟବସ୍ଥା । ତିନି ଦିନ ଧରି ରାଜ୍ୟବ୍ୟାପି ଓଏଏସମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଅଟକି ରହିଥିଲା ପ୍ରାଶାସନିକ ବ୍ୟବସ୍ଥା । ଆଜିଠୁ ପୁଣି କାର୍ଯ୍ୟରେ ଯୋଗ ଦେଲେ ଅଧିକାରୀ । ତହସିଲ, ବ୍ଳକ ଅଫିସକୁ ବିଭିନ୍ନ କାର୍ଯ୍ୟରେ ଯାଉଥିବା ଲୋକେ ନିରାଶ ହୋଇ ଫେରୁଥିଲେ । ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ପ୍ରଚ୍ଛଦପଟରେ ବଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ହାତ ରହିଥିବା ଅଭିଯୋଗ ଆଣିଥିଲା ଓଏଏସ୍‌ ସଂଘ । ଏହି ବିଜେପି ନେତାଙ୍କ ଗିରଫ ଦାବିରେ ଅଡ଼ି ବସିଥିଲେ ଓଏଏସ୍ ଅଧିକାରୀ ।
ଜଗନ୍ନାନ ପ୍ରଧାନ ଗିରଫ ହେବାପରେ ଆଜିଠୁ ସ୍ୱାଭାବିକ ଭାବେ କାର୍ଯ୍ୟ ଚାଲିଛି । ଅଫିସ କାର୍ଯ୍ୟରେ ଯୋଗ ଦେଇଛନ୍ତି ଓଏଏସ୍ ଅଧିକାରୀ । ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଗୁରୁବାର ରାତିରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଆତ୍ମସମର୍ପଣ କରିଥିଲେ । ଜାମିନ ନାମଞ୍ଜୁର ହେବାରୁ ଜଗନ୍ନାଥ ପ୍ରଧାନଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

2 × 5 =