କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ବାଣ୍ଟିଲେ ତ୍ରିରଙ୍ଗା ପତାକା

0 105

ସମ୍ବଲପୁର: ରାଉରକେଲା ଓ ସୁନ୍ଦରଗଡ଼ରେ ଆଜାଦି କା ଅମୃତ ମହୋତ୍ସବର ବିବିଧ କାର୍ଯ୍ୟକ୍ରମରେ ଯୋଗ ଦେଇ ଗତସନ୍ଧ୍ୟାରେ ସମ୍ବଲପୁରରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସର୍ବପ୍ରଥମେ ଈଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ଦର୍ଶନ ଲାଭ କରିଥିଲା । ପରେ ସମଲେଶ୍ୱରୀ ମନ୍ଦିର ନିକଟରେ ଆୟୋଜିତ ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ତ୍ରିରଙ୍ଗା ପତାକା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପାର୍ଟି ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବିଶେଷ କାର୍ଯ୍ୟକ୍ରମକୁ ଦଳର ବରିଷ୍ଠ ନେତା ଦାମୋଦର କର ପରିଚାଳନା କରିଥଲେ ।
କାର୍ଯ୍ୟକ୍ରମରେ ସମ୍ବଲପୁରର ବିଶିଷ୍ଟ ବ୍ୟକ୍ତି ବିଶେଷ ବିନୋଦ ପଶାୟତ, ଡ. ଶ୍ୟାସୁନ୍ଦର ଧର, ଡ. ତୁଲାରାମ୍‌ କଲେତ, ପଦ୍ମିନୀ ଦୋରା ଓ ଯଶବୀର ସିଂହ ହୁରା ପ୍ରମୁଖଙ୍କୁ ତ୍ରିରଙ୍ଗା ପତାକା ଓ ମହାମହୀମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଫଟୋ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ପୂର୍ବତନ କୁଚିଣ୍ଡା ବିଧାୟକ ରବିନାରାୟଣ ନାୟକ, ରାଜ୍ୟ ସଂପାଦକ ସୀମାଞ୍ଚଲ ଖଟେଇ ଓ ଟଙ୍କଧର ତ୍ରିପାଠୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର ଓ ରାମ ଚନ୍ଦ୍ର ମେହେର ପ୍ରମୁଖ ମଞ୍ଚାସୀନ ରହିଥିଲେ ।

hiranchal ad1
Leave A Reply

Your email address will not be published.

5 × 5 =