ସାଲୁଙ୍କି ନାଳ ଉନ୍ନତିକରଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ,କାର୍ଯ୍ୟସ୍ଥଳ ପରିଦର୍ଶନ କଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏବଂ ଏନଏସି ଅଧ୍ୟକ୍ଷା

0 196

ଘୁ ଉଦୟଗିରି: ଘୁ.ଉଦୟଗିରି ସହରର ଜୀବନରେଖା ସାଲୁଙ୍କି ନାଳ । ଏହି ନାଳ ଏବେ ବିପଦସଙ୍କୁଳ ଅବସ୍ଥାରେ ଥିବା ବେଳେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏହାର ପୁନରୁଦ୍ଧାର ସହ ମୃତ୍ତିକା ସଂରକ୍ଷଣ ନିମନ୍ତେ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ ଜାରି ରହିଛି । ସାଲୁଙ୍କି ନାଳ ଉନ୍ନତିକରଣ ପାଇଁ ୨୦୨୧-୨୨ମସିହାରେ ୩କୋଟି୨୭ଲକ୍ଷ ୬୯ହଜାର୪୮୬ଟଙ୍କାର ଏକ ଟେଣ୍ଡର ଆହ୍ୱାନ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଉକ୍ତ କାର୍ଯ୍ୟରେ ଅନିୟମିତତା ଏବଂ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ପୂର୍ବତନ ଏନଏସି ଅଧ୍ୟକ୍ଷ ସଂଜୀବ ପତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଅଭଯୋଗ କରିଥିଲେ । ଏହାପରେ ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ କାର୍ଯ୍ୟାଳୟକୁ ଯାଇଥିଲୁ କିନ୍ତୁ ସେ ଅନୁପସ୍ଥିତ ଥିବା ଯୋଗୁଁ ଆମେ ସାଲୁଙ୍କି ନାଳରେ ଚାଲିଥିବା କାର୍ଯ୍ୟ ସ୍ଥଳରେ ପହଞ୍ଚି କାର୍ଯ୍ୟ ଦେଖୁବା ସମୟରେ ସେଇ କାର୍ଯ୍ୟ ସ୍ଥଳରେ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ । କନିଷ୍ଠ ଯନ୍ତ୍ରୀଙ୍କୁ କାର୍ଯ୍ୟର ଅନିୟମିତତା ଏବଂ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ବିଷୟରେ ପଚାରିବା ପରେ ସେ ଉତ୍ତର ରଖିଲେ ମୁଁ ପ୍ରତ୍ୟକ ଦିନ ଏହି କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଛି । ସରକାରୀ ନିୟମ ଅନୁସାରେ କାର୍ଯ୍ୟ ଚାଲିଛି । ଯେଉଁ ସ୍ଥାନରେ କାର୍ଯ୍ୟର ଆବଶ୍ୟକ କରାଯାଉଛି । ଯେଉଁଠି ଯେତିକି ଉଚ୍ଚତାର ଡିପ ଆବଶ୍ୟକ ତାହା କରାଯାଉଛି । ଫାଉଣ୍ଡେସନଠାରୁ ଆରମ୍ଭ କରି ଗାର୍ଡ ୱାଲ ଉଚ୍ଚତା ପର୍ଯ୍ୟନ୍ତ ଠିକ ଭାବେ କାର୍ଯ୍ୟ ଚାଲିଛି । ଅନିୟମିତତା ଖବର ପାଇ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁନୀଲ କୁମାର ତ୍ରିପାଠୀ ସାଲୁଙ୍କି ନାଳରେ ପହଞ୍ଚି କାର୍ଯ୍ୟ ତଦାରଖ କରିଥିଲେ । ଆମେ ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେଇଥିଲୁ ସେ କହିଲେ ଏହି କାର୍ଯ୍ୟ ଘୁ.ଉଦୟଗିରି ସହରର ଏକ ପ୍ରମୁଖ ସାମୁହିକ କାର୍ଯ୍ୟ ଏହି ଡିପ ନିର୍ମାଣ ଦ୍ୱାରା ନାଳ କଡରେ ଥିବା ଘର ଗୁଡିକ ସୁରକ୍ଷିତ ରହିବା ସହ ବନ୍ୟା ଜଳ ନିଷ୍କାସନ ହୋଇପାରିବ । ଆସ୍ତେ ଆସ୍ତେ ନାଳଟି ପୋତି ହେବା ସହ ମୃତ୍ତିକା କ୍ଷୟ ହେବାରେ ଲାଗିଲାଣି । ଏଣୁ ଏହି କାର୍ଯ୍ୟକୁ ଆମେ ଗୁରୁତ୍ୱ ଦେଇ କିଭଳି ଭଲ କାର୍ଯ୍ୟ ହେବ ମୁଁ ନିଜେ ଆସି ପ୍ରତ୍ୟେକ ସମୟରେ ତଦାରଖ କରୁଛି । ଏଣୁ କୌଣସି ଅନିୟମିତତା କିମ୍ବା ନିମ୍ନ ମାନର କାର୍ଯ୍ୟ ପ୍ରଶ୍ନ ଉଠୁନି । ଗତକାଲି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଇବାଣୀ ନାୟକ ଏବଂ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ଏବଂ ୨ନଂ ୱାର୍ଡର କାଉନସିଲର ସାଲୁଙ୍କି ନାଳରେ ଚାଲିଥିବା କାର୍ଯ୍ୟ ସ୍ଥଳ ବୁଲି ଦେଖିବା ସହ କନିଷ୍ଠ ଯନ୍ତ୍ରୀଙ୍କୁ କାର୍ଯ୍ୟ ବିଷୟରେ ବୁଝିଥିଲେ ଏବଂ ବର୍ଷା ପୂର୍ବରୁ କିଭଳି ଏହି କାର୍ଯ୍ୟ ସରିବ ତା ଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ । ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏବଂ ଏନଏସି ଅଧ୍ୟକ୍ଷା ଏହି କାର୍ଯ୍ୟ ଦେଖିବା ପରେ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଏହି କାର୍ଯ୍ୟ ଏକ ସାମୁହିକ କାର୍ଯ୍ୟ, ସହରର ଏକ ପ୍ରମୁଖ ନାଳ । ଯେଉଁ ନାଳ ସହରବାସୀ ଦୈନଦିନ କାର୍ଯ୍ୟରେ ଲାଗୁଛି । ରାଜ୍ୟ ସରକାର ଏହାର ସୁରକ୍ଷା ଏବଂ ଲୋକଙ୍କ ଗୃହ ସୁରକ୍ଷା ସହ ମୃତ୍ତିକା ସଂରକ୍ଷଣ ନିମନ୍ତେ ବ୍ୟୟ କରୁଛନ୍ତି ଯାହାବି କାମ ହେଉଛି ଭଲ ହେଉଛି ସନ୍ତୋଷଜନକ କାର୍ଯ୍ୟ ଚାଲିଛି । କାହା ସ୍ୱାର୍ଥରେ ଆଞ୍ଚ ଆସିଲେ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବା ନିମନ୍ତେ ବିଭିନ୍ନ ଅଭିଯୋଗ ହେଉଛି । ଏଣୁ ସହରର ବିକାଶରେ କୌଣସି ବ୍ୟାଘାତକୁ ବରଦାସ୍ତ କରାଯିବ ନାହିଁ । ସହରର ବିକାଶ ଆମର ଲକ୍ଷ୍ୟ, ଏହି ଲକ୍ଷ୍ୟ ପୂରଣ ନିମନ୍ତେ ସମସ୍ତ ଜନସାଧାରଣ ସହଯୋଗ କରିବା ଆବଶ୍ୟକ ବୋଲି କହିଥିଲେ । ସାଲୁଙ୍କି ନାଳରେ୨୭୦୦ମିଟର ଡିପ ନିର୍ମାଣ ହେବା ନେଇ ଟେଣ୍ଡର ହୋଇଥିବା ବେଳେ ଠିକାଦାର ଉକ୍ତ କାର୍ଯ୍ୟ ଟି ୧୪.୯୯ପ୍ରତିଶତ ମୂଳ ମୁଲ୍ୟରୁ କାଟି ନେଇଥିବା ଜଣାପଡିଛି । ବର୍ତ୍ତମାନ ୨କୋଟି ୭୮ଲକ୍ଷ ୫୭ହଜାର ୩୪୦ଟଙ୍କା ମୂଲ୍ୟର କାର୍ଯ୍ୟ ହେବ ।

hiranchal ad1
Leave A Reply

Your email address will not be published.

18 + seventeen =