ଶ୍ରୀମନ୍ଦିର ଛତିଶା ନିଯୋଗର ବୈଠକ

0 35

ପୁରୀ: ଆସନ୍ତା ୨୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ । ତେବେ ଏହା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଶ୍ରୀମନ୍ଦିରରେ ଯେଭଳି ଶୃଙ୍ଖଳିତ ନିତିକାନ୍ତି ହୋଇପାରିବ ସେ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ଛତିଶା ନିଯୋଗର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅବବିନ୍ଦ ପାଢ଼ୀ କହିଛନ୍ତି, ଆଗାମୀ ଗୁରୁବାର ୨୪ ତାରିଖ ଦିନ ରାଷ୍ଟ୍ରପତି ଶ୍ରୀ ମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏଥି ପାଇଁ ୨୩ ଓ ୨୪ ତାରିଖ ରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ୨୩ ତାରିଖ ରାତ୍ର ୧୧ ଟା ରେ ପହୁଡ଼ ନୀତି ହେବ । ୨୪ ତାରିଖ ଭୋର୍ ୩ ଟାରୁ ଦ୍ୱାର ଫିଟା ନୀତି ସହ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ । ତେବେ ରାଷ୍ଟ୍ରପତି ଦିନ ୧୨ ଟାରୁ ୧୨ ଟା ୩୦ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏଥି ପାଇଁ ଦିନ ୧୧ଟାରୁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ । ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ ସମୟରେ କେବଳ ପାଳିଆ ସେବାୟତ ଓ କୌଳିକ ପଣ୍ଡା ରହିବେ । ଅନ୍ୟ କୌଣସି ସେବାୟତଙ୍କୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ । ଯେଉଁମାନଙ୍କୁ ପାସ୍ ଦିଆଯିବ ପୁରୀ ଜିଲାପାଳ ଓ ଏସପି ତାହାକୁ ପ୍ରଦାନ କରିବେ । ରାଷ୍ଟ୍ରପତିଙ୍କ ପ୍ରତ୍ୟାବର୍ତ୍ତନ ପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବା ସହ ଭକ୍ତଙ୍କ ଦର୍ଶନ ଆରମ୍ଭ ହେବ । ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖାଯାଇ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ପୁରୀ ଜିଲାପାଳ ଓ ଏସପିଙ୍କୁ କୁହାଯାଇଛି ।

hiring

hiranchal ad1
Leave A Reply

Your email address will not be published.

thirteen − 3 =