ଜଙ୍ଗଲ ନିଆଁ ରୋକିବା ପାଇଁ ଅଣ୍ଟା ଭିଡ଼ିଲେ ମହିଳା ଗ୍ରୁପ୍‌

0 65

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡରେ ଦିନକୁ ଦିନ ତାତି ବଢୁଥିବା ବେଳେ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ବନ ବିଭାଗ ପାଇଁ କଷ୍ଟ ହୋଇପଡୁଛି । ବନ ବିଭାଗ ପକ୍ଷରୁ ନିୟୋଜିତ ଓଡ୍ରାଫ ଟିମ୍‌ ନିୟୋଜିତ ହୋଇଥିଲେ ମଧ୍ୟ ନିଆଁ ଆୟତ୍ତକୁ ନେଇ ଚିନ୍ତାରେ ବନବିଭାଗ । ଜଙ୍ଗଲରେ ନିଆଁକୁ ହ୍ରାସ କରିବା ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବାରମ୍ବାର ସମୀକ୍ଷା କରାଯାଉଛି । ବର୍ତ୍ତମାନ ବାଲିଗୁଡ଼ା ଡିଏଫଓ ବିଶ୍ୱରାଜ ପଣ୍ଡା ଏ ନେଇ ସମସ୍ତ ରେଞ୍ଜରେ ରେଞ୍ଜର, ଫରେଷ୍ଟର, ଗାର୍ଡ ଓ ନିଆଁ ଲିଭା ସ୍କ୍ୱାର୍ଡ ସହ ସମୀକ୍ଷା ବୈଠକ କରିବା ପରେ କିଭଳି ଜଙ୍ଗଲରେ ନିଆଁ ଲାଗିବା ପୂର୍ବରୁ ରୋକା ଯାଇପାରିବ ସେ ଦିଗରେ ସାମୂହିକ ପଦକ୍ଷେପ ନେବା ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଉଛନ୍ତି ।

hiring

ଏହା ପରେ ବେଲଘର ରେଞ୍ଜ ଗୁମା ପଞ୍ଚାୟତର ରାଧାକୃଷ୍ଣ, ଉତ୍କଳ ଜନନୀ ଓ ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟିକା ତିନୋଟି ମହିଳା ଗୋଷ୍ଠୀକୁ ମିଳିତ ଭାବେ ଏକତ୍ରିତ କରି ବନ ବିଭାଗ କର୍ମଚାରୀଠାରୁ ଜଙ୍ଗଲ ନିଆଁ ଲିଭା ତାଲିମ ନେଇ ଏହା ସହ ଗୁମା ପଞ୍ଚାୟତରେ ଏକ ବନାଗ୍ନି ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ସରପଞ୍ଚ, ୱାର୍ଡ଼ ମେମ୍ବର, ସ୍ଥାନୀୟ ଜନସାଧାରଣ, ଯୁବକ ଯୁବତୀ, ବୁଦ୍ଧିଜୀବୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ମେଳାରେ ଉପସ୍ଥିତ ରହି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନ ହୋଇ ଶପଥ ନେଇଥିଲେ । ଏହା ପରେ ଗୁମା, ପୁକୁର, କାଲଙ୍ଗଗୁଡା, ପ୍ରିଙ୍ଗଲି ସମେତ ବିଭିନ୍ନ ଗ୍ରାମକୁ ଯାଇ ମଧ୍ୟ ଲୋକଙ୍କୁ ସଚେତନ କରାଇବା ସହ ଜଙ୍ଗଲରେ ନିଆଁ ଲାଗିବା ପୂର୍ବରୁ ଓ ନିଆଁ ଲାଗିଲେ ଲିଭାଇବା ସହ ବନ ବିଭାଗକୁ ଖବର ଦେବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବେଲଘର ରେଞ୍ଜର ଅରୁଣ କୁମାର ସାହୁ, ଫରେଷ୍ଟର ନିରାକାର ସାହୁ, ଶିବାଜୀ ବେହେରା, ବୁଦ୍ଧଦେବ କହଁର, ଫରେଷ୍ଟ ଗାର୍ଡ ନସିମୂଲ୍‌ ହକ୍‌ ଓ ଜଗତ ଯୌତୀ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

15 − 9 =