ଟ୍ୟୁବ୍‌ ସାହାଯ୍ୟରେ ନଦୀ ପାରି ହେଲେ ରୋଗୀ

0 187

ବାଲିଗୁଡା: ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ରୋଗୀଙ୍କୁ ଟ୍ୟୁବରେ ବସେଇ ଖଡ୍ଗ ନଦୀରେ ପାର କରି ଆଣିଲେ ରୋଗୀଙ୍କ ପରିବାର ଲୋକେ । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହାସିଙ୍ଗ ଗ୍ରାମ ପଞ୍ଚାୟତର କୁବେର ମୁଣ୍ଡା ଗ୍ରାମର ଏପରି ଏକ ଦୟନୀୟ ଘଟଣା ସାମ୍ନାକୁ ଆସିଛି । ଏହି ଗ୍ରାମର ରଘୁନାଥ ପ୍ରଧାନଙ୍କ ସ୍ତ୍ରୀ ଆନନ୍ତି ପ୍ରଧାନ ଦୀର୍ଘ ୪ଦିନ ହେଲା ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ସେପଟେ କୁବେର ମୁଣ୍ଡା ଗ୍ରାମଠାରୁ କ ନୂଆଗାଁକୁ ଯିବା ପାଇଁ ହେଲେ ପାଖାପାଖି ୨୨ କିଲୋମିଟର ଯିବାକୁ ହୁଏ । କୁବେର ମୁଣ୍ଡା ଠାରୁ ମହାସିଙ୍ଗକୁ ଦେଢ଼ କିଲୋ ମିଟର ହେବା ଯାହାରୀ ଫଳରେ ଜୀବନକୁ ବାଜି ଲଗେଇ ଖଡ୍ଗ ନଦୀ ପାର ହେବାକୁ ପରସ୍ଥିତି ବାଧ୍ୟ କରୁଛି । ବାଲିଗୁଡାଠାରୁ ସାଇନପଡାକୁ ଦେଇ ଖଡ୍ଗ ନଦୀରେ ଏକ ସେତୁ ହେବାକୁ ଥିବା ବେଳେ ଏ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହେଇ ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । କୁବେର ମୁଣ୍ଡା ଗ୍ରାମରେ ୧୫ପରିବାର ରହୁଥିବା ବେଳେ ଗ୍ରାମକୁ ଯିବା ପାଇଁ ରାସ୍ତା ଅଭାବରୁ ଆମ୍ବୁଲାନ୍ସ କିମ୍ବା କୌଣସି ଯାନ ବାହାନ ପହଂଚି ପାରେ ନାହିଁ । ଯାହା ଫଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି ଏଠାକାର ବାସିନ୍ଦା ।

hiranchal ad1
Leave A Reply

Your email address will not be published.

sixteen + nine =