ବଜରଙ୍ଗ ଦଳ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା

0 85

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ସୋନପୁର ବନ୍ଦ କରାଯାଇଛି । ହନୁମାନ ଜୟନ୍ତୀରେ ସମ୍ବଲପୁରରେ ବାଇକ ରାଲି ଯାଉଥିବା ସମୟରେ ପଥରମାଡ ଓ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ପ୍ରତିବାଦରେ ଆଜି ପଶ୍ଚିମ ଓଡିଶାର ୧୪ଟି ଜିଲ୍ଲାରେ ବନ୍ଦ କରାଯାଇଥିବା ବେଳେ ଜିଲ୍ଲାରେ ଏହାର ଜବରଦସ୍ତ ପ୍ରଭାବ ଦେଖାଯାଇଛି ।ସକାଳୁ ସକାଳୁ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ସହରର ମୁଖ୍ୟ ଛକଗୁଡିକରେ ରାସ୍ତା ଅବରୋଧ କରି ଗାଡ଼ି ମଟର ବନ୍ଦ କରିଥିବା ବେଳେ ସହରର ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ଆଦି ବନ୍ଦ ରହିଥିବା ବେଳେ ସ୍ଲୁଲ, କଲେଜ ମଧ୍ୟ ବନ୍ଦ ରହିଛି । ଜିଲ୍ଲାରେ ଏହି ବନ୍ଦ ସମ୍ପୁର୍ଣ୍ଣ ସଫଳ ହୋଇଥିବା ଦେଖାଯାଇଛି । ବନ୍ଦକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି ।ତେବେ ଏହି ବନ୍ଦ ଶାନ୍ତିପୂର୍ଣ୍ଣ ଭାବରେ କରାଯାଇଥିବା ବେଳେ ଆଗକୁ ଯଦି ଏଭଳି କାର୍ଯ୍ୟ ହୁଏ ତେବେ ପରିସ୍ଥିତି ଭୟାବହ ହେବ ବୋଲି ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ଚେତାବନୀ ଦେଇଛନ୍ତି । ଏହି ବନ୍ଦ ପାଳନରେ ବଜରଙ୍ଗ ଦଳର ଜିତୁ ବଡ଼ମାଳି,ସ୍ୱରୂପ ପାତ୍ର, ମନୋଜ କୁମାର ପଟ୍ଟନାୟକଙ୍କ ସମେତ ଅନେକ କର୍ମକର୍ତ୍ତା ନେତୃତ୍ୱ ନେଇଥିଲେ । ବନ୍ଦ ଯୋଗୁଁ ରାସ୍ତାରେ ଅଟକି ରହିଥିବା ଶହଶହ ଗାଡ଼ିର ସମସ୍ତ ଷ୍ଟାଫ୍‌ଙ୍କୁ ଆନ୍‌ଦୋଳନ କାରୀଙ୍କ ପକ୍ଷରୁ ରନ୍ଧା ଖାଦ୍ୟ ବିତରଣ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

ten + 5 =