ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଟାଙ୍ଗିଆରେ ଆକ୍ରମଣ, ଜଣେ ଗୁରୁତର

0 68

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ତୁର୍ଲା ଭୁର୍ଷିବାଞ୍ଜି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୋମବାର ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସେ ହେଲେ ତୁର୍ଲା-ଭୁର୍ଷିବାଞ୍ଜି ଗ୍ରାମର ରାମେଶ୍ୱର ବରିହା (୫୦) । ପ୍ରକାଶ ଯେ, ରାମେଶ୍ୱର ଓ ଛିନୁ ବରିହା ଗୋଟିଏ ସାହିରେ ରୁହନ୍ତି । କୌଣସି କାରଣକୁ ନେଇ ପୂର୍ବରୁ ସେମାନଙ୍କ ମଧ୍ୟରେ ଶତ୍ରୁତା ରହିଥିଲା । ସୋମବାର ପୂର୍ବାହ୍ନରେ ରାମେଶ୍ୱର ନିଜ ଜମିରେ ଥିବା ଏକ ତେନ୍ତୁଳି ଗଛ ମୂଳରେ ଶୋଇଥିଲେ । ପୂର୍ବରୁ ଛକି ବସିଥିବା ଛିନୁ ରାମେଶ୍ୱର ଶୋଇଥିବା ଗଛ ମୂଳ ଯାଇ ତତେ ମାରିଦେବି କହି ହାତରେ ଧରିଥିବା ଟାଙ୍ଗିଆରେ ରାମେଶ୍ୱରଙ୍କୁ ଆକ୍ରମଣ କରିଥିଲେ । ଏଥିରେ ସେ ଗୁରୁତର ହୋଇଥିଲେ । ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଦୌଡି ଆସିବାରେ ଛିନୁ ଦୌଡି ପଳାଇଥିଲେ । ଏନେଇ ରାମେଶ୍ୱରଙ୍କ ପୁଅ ସୁରେନ୍ଦ୍ର ବରିହା ଖପ୍ରାଖୋଲ ଥାନା ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଛିନୁ ଫେରାର ହୋଇଥିବା ପୁଲିସ ସୂତ୍ରରୁ ଜଣାପଡିଛି ।

hiranchal ad1
Leave A Reply

Your email address will not be published.

17 + twenty =