କଲଭର୍ଟ ଧୋଇ ହୋଇଯିବା ଫଳରେ ଗମନାଗମନ ବିଚ୍ଛିନ୍ନ

0 151

ଫୁଲବାଣୀ : ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି, ରାଇକିଆ ଓ ଫିରିଙ୍ଗିଆ ବ୍ଲକ ବିଶେଷ କ୍ଷତି ଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ କଲଭର୍ଟ ଆଦି ସମ୍ପୂର୍ଣ୍ଣ ଧୋଇ ହୋଇଯିବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଫିରିଙ୍ଗିଆ ବ୍ଲକ ପବିଙ୍ଗିଆର ପବିଙ୍ଗିଆ -ଲାମ ପଦର ରାସ୍ତାର ପାଜିମାହା କଲଭର୍ଟ ଧୋଇ ହୋଇଯିବା ଫଳରେ ତବନି ପଦର, ଲାମ ପଦର, ପଥର ଖୋଲ ଗ୍ରାମ ବିଚ୍ଛିନ୍ନ ହୋଇ ପଡିଥିବା ବେଳେ ଦାରିଙ୍ଗବାଡି, ସୀମନବାଡୀ କଲଭର୍ଟ ଦବିଯାଇଛି । କେତକ ସ୍ଥାନରେ ମାଟି ଅତଡ଼ା ଖସି ଗମନାଗମନ ଠପ ହୋଇଯାଇଛି । ସେହିପରି ରାଇକିଆ-କରଡା ରାସ୍ତାରେ ମାଟି ଅତଡ଼ା ଖସିବା ଫଳରେ ରଣବା, ଇନ୍ଦ୍ରଗଡ, ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ସେହିପରି ଫୁଲବାଣୀ ସମେତ ଅନେକ ସ୍ଥାନରେ ଘର ଭାଙ୍ଗି ଯାଇଥିବା ଜଣାପଡ଼ିଛି । ଫୁଲବାଣୀ ସହରର କୃଷି ବିଭାଗକୁ ଲାଗି ରହିଥିବା ସାହିରେ ୧୦ରୁ ଉର୍ଦ୍ଧ୍ୱ ଘର କାନ୍ଥ ଭୁଶୁଡି ପଡିଥିବା ବେଳେ ଜିଲ୍ଲାର ଅନେକ ସ୍ଥାନରେ ବହୁ ଘର ଭାଙ୍ଗି ଥିବା ଜଣାପଡିଛି । ପ୍ରଶାସନ ସତର୍କ ନଜର ରଖିଥିବା କହିଛି । ବର୍ଷା କମିଲେ ରାସ୍ତା ମରାମତି କରାଯାଇ ଗମନାଗମନର ସୁବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ।

hiranchal ad1
Leave A Reply

Your email address will not be published.

five × 5 =