ତାତିରେ ଜଳୁଛି ହରଭଙ୍ଗା ବ୍ଲକ, ଅଚଳ ନଳକୂପ ସଜାଡିବାକୁ ଦାବି

0 127

ହରଭଙ୍ଗା : ଦିନକୁ ଦିନ ବୌଦ୍ଧ ଜିଲ୍ଲାରେ ତାପମାତ୍ରା ବଢ଼ିବାରେ ଲାଗିଛି । ଦିନ ୧୦ ଟା ରୁ ରାତ୍ରି ୧୦ଟା ପର୍ଯ୍ୟନ୍ତ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ଏପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଣ ଖରାରେ ବାହାରକୁ ନବାହାରିବା, ଅତି ଜରୁରୀ କାର୍ଯ୍ୟ ଥିଲେ ପାଖରେ ଛତା, ଜୋତା, ପାନୀୟ ଜଳ ନେବା ପାଇଁ ସଚେତନତା କରାଯାଉଛି । ଏପରିକି ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ପାଇଁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇଛି । ବର୍ତ୍ତମାନ ଜିଲ୍ଲାରେ ତାପମାତ୍ରା ୪୩.୭ଡିଗ୍ରୀରୁ ଉଦ୍ଧ୍ୱର୍ ରହୁଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ମେଡିକାଲରେ ଅଂଶୁଘାତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ଖୋଲାଯାଇଛି । କିନ୍ତୁ ବର୍ତ୍ତମାନ ଦିନ ସାରା ଉତ୍ତାପ, ସନ୍ଧ୍ୟାରେ ଗୁଳୁଗୁଳି ଲୋକଙ୍କୁ ଆଉଟିକେ ବ୍ୟତିବ୍ୟସ୍ତ କରିପକାଉଛି । ଏହି ସମୟରେ ବାରମ୍ବାର ବିଦ୍ୟୁତ କାଟ ନହେବା ପାଇଁ ସାଧାରଣରେ ଦାବୀ ହେଉଛି । ଅନ୍ୟପଟେ ଏଭଳି ସମୟରେ ହରଭଙ୍ଗା ବ୍ଲକର ଅଚଳ ହୋଇ ପଡ଼ିଥିବା ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ବ୍ଲକର ବିଭିନ୍ନ ଅଂଚଳରେ ପାନୀୟ ସଙ୍କଟ ଲାଗି ରହୁଥିବା ବେଳେ ଜଳ ଓ ପରିମଳ ବିଭାଗ ପକ୍ଷରୁ ଅନେକ ସ୍ଥାନରେ ଅବହେଳା ଯୋଗୁଁ ନଳକୂପ ଗୁଡ଼ିକରୁ ଆଜିକା ଦିନରେ ବି ଦୁର୍ଗନ୍ଧ ଗୁଣ୍ଡ ମିଶା ପାଣି ବ୍ୟବହାର କରୁଛନ୍ତି ସାଧାରଣ ଜନତା । ତୁରନ୍ତ ଜିଲ୍ଲା ପ୍ରଶାସନ ଏହା ଉପରେ ଦୃଷ୍ଟି ରଖି ହରଭଙ୍ଗା ବ୍ଲକର ଅସୁରକ୍ଷିତ ଓ ଜନସାଧାରଣ ବ୍ୟବହାର ଅନୁପଯୋଗୀ ନଳକୂପ ଗୁଡିକ ବ୍ୟବହାର ଉପଯୋଗୀ କରିବା ସହ ମେଡିକାଲରେ ଅଂଶୁଘାତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ସେବା ଯୋଗାଇ ଦେବା ଏବଂ ବୁଲା ଗାଈଗୋରୁଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ବ୍ୟବସ୍ଥା ଭଳି ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବାରୁ ପ୍ରଶାସନ ପ୍ରତ୍ୟେକ ମୁହୂର୍ତ୍ତରେ ସଜାଗ ରହିବା ସହ ଏସବୁ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

16 − four =