ପୋଖରୀ ମଧ୍ୟରୁ ୫କୁଇଣ୍ଟାଲରୁ ଅଧିକ ରକ୍ତ ଚନ୍ଦନ କାଠ ଗଣ୍ଡି ଜବତ

0 212

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗାରବନ୍ଧ ଥାନା ଏବଂ ନାରାୟଣପୁରସ୍ଥ ମହେନ୍ଦ୍ର ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ମିଳିତ ଭାବେ ଚଢଉ କରାଯାଇ ୫୩୮ କେଜି ଓଜନର ୨୭ଗୋଟି ଦୁର୍ଲଭ ରକ୍ତଚନ୍ଦନ କାଠ ଗଣ୍ଡି ଜବତ କରାଯାଇଥିବାର ଜଣାପଡିଛି । ଆଜି କୌଣସି ସୂତ୍ରରୁ ଖବର ପାଇ ଗାରବନ୍ଧ ଥାନା ଅଧିକାରୀ ଗୋବିନ୍ଦ ଗୌଡ ଏବଂ ତାଙ୍କ ପୋଲିସ ଟିମ୍‌ ଏମ୍‌.ପାଇଲମ୍‌ ଗ୍ରାମ ଠାରେ ଥିବା ଏକ ପୋଖରୀ ପାଣି ମଧ୍ୟରେ ଦୁର୍ଲଭ ରକ୍ତଚନ୍ଦନ କାଠ ପଡିଥିବାକୁ ନେଇ ଚଢଉ କରିଥିଲେ । ଏହାପରେ ନାରାୟଣପୁରସ୍ଥ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ କବିନ ପରିଚ୍ଛାଙ୍କ ନେତୃତ୍ୱରେ ବନ ବିଭାଗର ଟିମ୍‌ ପହଞ୍ଚି ଉଭୟ ପୋଲିସ ଓ ବନବିଭାଗ କର୍ମଚାରୀମାନେ ପୋଖରୀ ପାଣି ମଧ୍ୟକୁ ଓହ୍ଲାଇ ୨୭ଗୋଟି ଦୁର୍ଲଭ ରକ୍ତଚନ୍ଦନ କାଠ ଗଣ୍ଡିକୁ ଉଦ୍ଧାର କରି ଜବତ କରିଥିଲେ । ଜବତ ରକ୍ତ ଚନ୍ଦନ କାଠ ଗଣ୍ଡିଗୁଡିକୁ ନାରାୟଣପୁର ସ୍ଥିତ ମହେନ୍ଦ୍ର ବନାଞ୍ଚଳ କାର୍ଯ୍ୟାଳୟକୁ ନିଆଯିବା ପରେ ଓଜନ କରାଯାଇଥିଲା । ହେଲେ ଏହି ଘଟଣାରେ କେହି ଦୁର୍ବୃତ୍ତ ଧରାପଡି ନଥିବା ବେଳେ ଏହି ଦୁର୍ଲଭ ରକ୍ତ ଚନ୍ଦନ କାଠ ଗୁଡିକୁ ଚାଲାଣ ନିମନ୍ତେ ଦୁର୍ବୃତ୍ତ ପୋଖରୀ ମଧ୍ୟରେ ଲୁଚାଇ ରଖିଥିବାର ଅନୁମାନ କରାଯାଉଛି । ଏନେଇ ୧/୨୩-୨୪ରେ ଏକ ମାମଲା ରୁଜୁ କରାଯାଇ ଅଧିକା ତଦନ୍ତ କରାଯିବ ବୋଲି ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଶ୍ରୀ ପରିଚ୍ଛା ସୂଚନା ପ୍ରଦାନ କରିଛନ୍ତି । ଏହି ମିଳିତ ଚଢରେ ଗାରବନ୍ଧ ପୋଲିସ ପକ୍ଷରୁ ଏସ୍‌ଆଇ ନାରାୟଣ ଦାସ, ଏଏସ୍‌ଆଇ ଅଶୋକ କୁମାର ବେହେରା ପ୍ରମୁଖଙ୍କ ସହ ମହେନ୍ଦ୍ର ବନାଞ୍ଚଳର ଗାରବନ୍ଧ ଫରେଷ୍ଟର କେ.କାମେଶ୍ୱର ରାଓ ପ୍ରମୁଖଙ୍କ ସହ ବହୁ ବନକର୍ମଚାରୀମାନେ ଉପସ୍ଥିତ ଥିଲେ । ତେବେ ଜବତ ଦୁର୍ଲଭ ରକ୍ତ ଚନ୍ଦନ କାଠର ମୂଲ୍ୟ ସରକାରୀ ଭାବେ ଦର ଧାର୍ଯ୍ୟ କରାଯାଇନଥିର ସୂଚନା ପ୍ରଦାନ କରାଯାଇଥିବା ବେଳେ ବେସରକାରୀ ଭାବେ ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ଆକଳନ କରାଯାଇଛି ।

hiranchal ad1
Leave A Reply

Your email address will not be published.

six + 14 =